ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାହୁଲ

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଲାଗି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି କଂଗ୍ରେସ। ଏହି ଅବସରରେ ଅକ୍ଟୋବର ୨୭ରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଖୋର୍ଦ୍ଧାଠାରେ ଏକ ବିଶାଳ ବିକ୍ଷୋଭ ସମାବେଶରେ ରାହୁଲ ଯୋଗ ଦେବେ ବୋଲି ଜଣାପଡ଼ିଛି।  ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ। ସେହିପରି ଏହି ବିକ୍ଷୋଭ ସମାବେଶକୁ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରୀୟଙ୍କା ଗାନ୍ଧୀ, ଡଃ . ଚେଲ୍ଲାକୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ମଧ୍ୟ ଅତିଥିଭାବେ ନିମନ୍ତ୍ରଣ କରାଯିବ ବୋଲି ସୁର କହିଛନ୍ତି
ଆସନ୍ତା ଅଗଷ୍ଟ ୧୮ ତାରିଖରେ ପିସିସି ସଭାପତିଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯିବ ଯାହାକୁ ଖୋର୍ଦ୍ଧା ଜିଲ୍ଲାରେ ଜୋରଦାର କରାଯିବ ବୋଲି ବୈଠକରେ କଂଗ୍ରେସ ନେତାମାନେ କହିଥିଲେ ପିସି କାରବାର ବନ୍ଦ, ବେକାରୀଙ୍କୁ ନିଯୁକ୍ତି, ତୈଳ ନିତ୍ୟ ବ୍ୟବହାର୍ୟ୍ୟ ଦର ହ୍ରାସ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ବନ୍ଦ, ବିଦ୍ୟୁତ ଦେୟ ହ୍ରାସ, ବାରମ୍ୱାର ବିଦ୍ୟୁତ କାଟ ବନ୍ଦ, ପଛୁଆ ବର୍ଗ, ଅନୁସୂଚିତ ଜାତି ଜନଜାତିଙ୍କୁ ତାଙ୍କର ନ୍ୟାର୍ୟ୍ୟ ଅଧିକାର ପ୍ରଧାନ, ନାରୀ ନିର୍ୟ୍ୟତନା ବନ୍ଦ ଆବାସ ଯୋଜନାରେ ପ୍ରିୟାପ୍ରୀତି ତୋଷଣ ବନ୍ଦ ପ୍ରସଙ୍ଗରେ ବ୍ଲକ ଘେରଉ କରାଯିବ