ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ସୋମବାର  ଶ୍ରୀମନ୍ଦିରରେ ରେଖା ପଞ୍ଚମୀ ତଥା ଭାଦ୍ରବ  କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ  ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ ।  ପ୍ରଥମ ଭୋଗମଣ୍ଡପ ନୀତି ଶେଷ  ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି  ଆରମ୍ଭ ହେବ । ଏହି ବିଶେଷ ନୀତି ସମୟରେଠାକୁରଙ୍କ ଦର୍ଶନ କଟକଣା ରହିଥାଏ । ଦଇତାପତି ସେବକମାନେ  ଏହି ସ୍ୱତନ୍ତ୍ର ସେବା ସମ୍ପନ୍ନ କରିବେ ।  

ଅପରାହ୍ନ ୩ଟାରୁ ରାତି ୮ଟା ପର୍ୟ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ  ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ  ରାହୁରେଖା କୁହାଯାଏ । ରାହୁରେଖା  ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି  ବଢି ଯଥାବିଧି ଦର୍ଶନ ଆରମ୍ଭ ହେବ । ତେବେ ସୋମବାରର ନୀତିକୁ ଚାହିଁ  ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ରହିଛି ।