ରାଷ୍ଟ୍ରପତି ଭାଷଣ ବେଳେ ଲାଇଟ୍ କଟି ଯିବା ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ

ରାଷ୍ଟ୍ରପତି ଭାଷଣ ବେଳେ ଲାଇଟ୍ କଟି ଯିବା ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ

ଭୁବନେଶ୍ୱର:  ଗତ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରିପୋର୍ଟ ମାଗିଛନ୍ତି। ମୁଖ୍ୟ ଶାସନ ସଚିବ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜ୍ୟପାଳ ରିପୋର୍ଟ ମାଗିଛନ୍ତି। ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଥିବା ବେଳେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ଏଥିପାଇଁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଜୟନ୍ତ ତ୍ରିପାଠୀ। ଏହା ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି ଘଟଣା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନିଜକୁ ଦାୟୀ କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି।