ଅପେକ୍ଷାର ଅନ୍ତ, ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜାଲ୍ଟ

ଭୁବନେଶ୍ୱର: ସବୁ ଅପେକ୍ଷାର ଅନ୍ତଃ ଘଟିଛି । ଉକ୍ରଣ୍ଠାର ହେଲା ଅବସାନ । ପ୍ରକାଶ ପାଇଛି ଯୁକ୍ତ ୨ ପରୀକ୍ଷା ଫଳ । ସିଏଚଏସଇ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଘୋଷଣା କରିଛନ୍ତି ।
ତେବେ ବିଜ୍ଞାନରେ ପାସ ହାର ୮୪.୯୩% ଥିବାବେଳେ ବାଣିଜ୍ୟରେ ପାସହାର ୮୧.୧୨ ପ୍ରତିଶତ ରହିଛି ।
ସୂଚନାଯୋଗ୍ୟ, ରାଜ୍ୟର ୧୧୪୫ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥିରୁ ବିଜ୍ଞାନରେ ମୋଟ ୯୧ ହଜାର ୩୭୯ଜଣ ଏବଂ ବାଣିଜ୍ୟରେ ୨୩ହଜାର ୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି କଳାରେ ୨ଲକ୍ଷ ୨୯ହଜାର ୧୧୦ଜଣ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୬୫ଟି ଅଫଲାଇନ୍ କେନ୍ଦ୍ର ଏବଂ ୩୯ଟି ଅନ୍ଲାଇନ୍ କେନ୍ଦ୍ରରେ ଖାତା ଦେଖା ହୋଇଛି । ଆସନ୍ତା ଜୁନ୍ ୮ରେ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ସୂଚନା ରହିଛି ।