ଯୁକ୍ତ ୨ ନାମଲେଖା : ହ୍ୱାଟସ୍‌ଆପ୍‌ରେ ଗ୍ରହଣ କରାଯିବ ଇଣ୍ଟିମେସନ୍‌ ଲେଟର

ଯୁକ୍ତ ୨ ନାମଲେଖା : ହ୍ୱାଟସ୍‌ଆପ୍‌ରେ ଗ୍ରହଣ କରାଯିବ ଇଣ୍ଟିମେସନ୍‌ ଲେଟର

ଭୁବନେଶ୍ୱର: ଯୁକ୍ତ ୨ ନାମଲେଖା ପାଇଁ ହ୍ୱାଟସ୍‌ଆପ୍‌ ଇଣ୍ଟିମେସନ୍‌ ଲେଟର ଗ୍ରହଣ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ହାୟାର ସେକେଣ୍ଡାରୀ ସ୍କୁଲ୍‌ର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି ।
ନାମଲେଖାଇବା ପାଇଁ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍‌ ଲେଟର ଜରୁରୀ । ଏହାକୁ ସାମ୍‌ସ ୱେବ୍‌ସାଇଟ୍‌ରୁ ଡାଉନଲୋଡ୍‌ କରି ଛାତ୍ରଛାତ୍ରୀମାନେ କଲେଜରେ ନାମଲେଖାଇଥାନ୍ତି । ଅନେକ ସମୟରେ ବୈଷୟିକ ସମସ୍ୟା ଯୋଗୁ ଇଣ୍ଟିମେସନ୍‌ ଲେଟର ଡାଉନଲୋଡ୍‌ କରିବାରେ ସମସ୍ୟା ଦେଖାଦେଉଛି । ଏହି ସମସ୍ୟାର ମୁକାବିଲା କରିବାକୁ ସାମ୍‌ସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ହ୍ୱାଟସ୍‌ଆପ୍‌କୁ ଇଣ୍ଟିମେସନ୍‌ ଲେଟର ଦିଆଯାଇଛି । ହ୍ୱାଟସ୍‌ଆପ୍‌ରେ ସାମ୍‌ସ ପକ୍ଷରୁ ଆସିଥିବା ଇଣ୍ଟିମେସନ୍‌ ଲେଟରକୁ ନାମଲେଖା ସମୟରେ କଲେଜ କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନାମଲେଖାଇ ନାହାଁନ୍ତି ସେମାନଙ୍କୁ ୧୩ ସୁଦ୍ଧା ନାମଲେଖାଇବାର ସୁଯୋଗ ମିଳିବ । ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତମାସ ୧୩ ତାରିଖ ସୁଦ୍ଧା ନାମଲେଖାଇବେ ।