ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଗିରଫ

ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଗିରଫ

ସୋନପୁର : ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତାରୁ ୨ ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍। ଗିରଫ ୨ ଜଣ ହେଲେ ସୋନପୁରର ବେଦବ୍ୟାସ ଧରୁଆ (୪୧ ) ଓ ନବଦୀପ ଧରୁଆ (୨୯ )। ୨ ଉଦ୍ଧାର ବଜ୍ରକାପ୍ତାର ଓଜନ ୭ କେଜି ଓ ୩ କେଜି ବୋଲି ଜଣାପଡିଛି। ଏହି ୨ ବଜ୍ରକାପ୍ତାଙ୍କୁ ସୋନପୁର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି।