ଆଉ ଏକ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ଗୋପାଳପୁରରେ

ଆଉ ଏକ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ଗୋପାଳପୁରରେ

ଭୁବନେଶ୍ବର: ଗୋପାଳପୁରରେ ଆଉ ଏକ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରାଯିବ। ମୁମ୍ବାଇର ଆଭାଡା ଗ୍ରୁପ୍ ସେହି ପ୍ରକଳ୍ପ ସ୍ଥାପନ କରିବ। କିଛି ଦିନ ପୂର୍ବେ ଏସିଏମ୍‌ଇ କ୍ଲିନ୍ ଏନର୍ଜି ନାମକ ସଂସ୍ଥା ଗୋପାଳପୁରରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରିବ ବୋଲି ଘୋଷଣା କରିଥିଲା। ଉଭୟ ପ୍ରକଳ୍ପ ଟାଟା ଷ୍ଟିଲ୍ ଏସ୍‌ଇଜେଡ୍‌ରେ ଗୋପାଳପୁର ଶିଳ୍ପ ପାର୍କରେ ସ୍ଥାପନ କରାଯିବ। ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଆଜି ଇଡ୍‌କୋ କାର୍ଯ୍ୟାଳୟରେ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍ ଓ ଆଭାଡା ଗ୍ରୁପ୍ ମଧ୍ୟରେ ଜମି କିଣା ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। 

କଂପାନି ଶିଳ୍ପ ପାର୍କରେ ୧୨୦ ଏକର ଜମି ଅଧିଗ୍ରହଣ କରିବା ସହ ୦.୫ ଏମ୍‌ଟିପିଏର ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଉତ୍ପାଦନ କାରଖାନା ସ୍ଥାପନ କରିବ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଇଡ୍‌କୋର ଏମ୍‌ଡି ଭୂପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଏମ୍‌ଡି ମଣିକାନ୍ତ ନାୟକ ଓ ଆଭାଡା ଗ୍ରୁପ୍‌ର ସଭାପତି ପ୍ରଶାନ୍ତ ଚୌବେ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ଗୋପାଳପୁର ଶିଳ୍ପ ପାର୍କରେ ୩୪୩ ଏକର ଜମି ଅଧିଗ୍ରହଣ କରିବ। ଏହା ୨୭ ହଜାର କୋଟି ଟଙ୍କା ବିନିଯୋଗ କରି ୧.୩ ଏମ୍‌ଟିପିଏର ଏକ ଗ୍ରିନ୍ ଆମୋନିଆ ଉତ୍ପାଦନ କାରଖାନା ସ୍ଥାପନ କରିବ।