କିଛି ସମୟର ଅପେକ୍ଷା, ପ୍ରକାଶ ପାଇବ ଓଜେଇଇ ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ । ଦିନ ୧୧ଟାରେ ରାଜ୍ୟ ଧନ୍ଦାମୂଳକ ତାଲିମ ଓ ବୈଷୟିକ ଶିକ୍ଷା ପରିଷଦ (ଏସ୍ସିଟିଇଭିଟି) କ୍ୟାମ୍ପସରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପ୍ରକାଶ କରିବେ । ଛାତ୍ରଛାତ୍ରୀ ୱେବସାଇଟ୍ରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଜାଣିପାରିବେ ।
ଚଳିତ ବର୍ଷ ମେ ୮ରୁ ୧୨ତାରିଖ ପର୍ୟ୍ୟନ୍ତ ଓଜେଇଇ ଅନୁଷ୍ଠିତ ହୋଇଥିଲା । ୫୫ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା । ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ୍ଡ ମୋଡ୍ରେ ପରୀକ୍ଷା ହୋଇଥିଲା ।