ସୂର୍ୟ୍ୟାସ୍ତ ପରେ ଏହି କାମ କଲେ ହୁଏ ନାହିଁ ଧନର ଅଭାବ

ସୂର୍ୟ୍ୟାସ୍ତ ପରେ ଏହି କାମ କଲେ ହୁଏ ନାହିଁ ଧନର ଅଭାବ

ହିନ୍ଦୁ ଧର୍ମରେ ସୂର୍ୟ୍ୟଦେବଙ୍କୁ ପଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ ଏପରି କିଛି କାର୍ୟ୍ୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ସର୍ବଦା ମା’ଲକ୍ଷ୍ମୀ ବାସ କରିବେ। ମା’ଙ୍କ କୃପା ସର୍ବଦା ମିଳିବା ସହ ଧନସମ୍ପତ୍ତି ବୃଦ୍ଧି ହେବ।

ନିୟମିତ ସନ୍ଧ୍ୟାରେ ମା’ବୃନ୍ଦାବତୀଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ।
ପୂଜାକକ୍ଷରେ ମଧ୍ୟ ଦୀପ ଲଗାନ୍ତୁ।
ସୂର୍ୟ୍ୟାସ୍ତ ସମୟରେ ସୂର୍ୟ୍ୟଦେବଙ୍କୁ ପ୍ରଣାମ କରନ୍ତୁ।
ବାହାରୁ ଘରକୁ ଫେରିବା ସମୟରେ ଖାଲି ହାତରେ ଫେରନ୍ତୁ ନାହିଁ। ସାଙ୍ଗରେ ଯେକୌଣସି ଜିନିଷ ନେଇ ଘରକୁ ଆସନ୍ତୁ।
ବାସ୍ତୁ ଅନୁଯାୟୀ, ସୂର୍ୟ୍ୟୋସ୍ତ ପରେ କଦାପି ଲୁଣ ମାଗି କରି ଆଣନ୍ତୁ ନାହିଁ। କିମ୍ବା ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖସମୃଦ୍ଧି ଦୂରେଇ ଯାଏ।