ସହରରେ ଆରମ୍ଭ ହେବ ‘ମୋ ଘର’ ଯୋଜନା
ଭୁବନେଶ୍ୱର ; ଗାଁ ଭଳି ସହରରେ ଆରମ୍ଭ ହେବ ‘ମୋ ଘର’ ଯୋଜନା । ଏହି ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଘର ତିଆରି ଓ ଉନ୍ନତିକରଣ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳିବ । ସରକାର ଏଥିପାଇଁ ସବ୍ସିଡି ବି ଦେବେ । ଏଥିପାଇଁ ଗାଇଡ୍ଲାଇନ୍ ବି ପ୍ରସ୍ତୁତ ସରିଛି । ଓଡିଶା ଅର୍ବାନ ହାଉସିଂ ମିଶନ ବା ଓୟୁଏଚ୍ଏମ ଏ ଯୋଜନା ପାଇଁ ିଗାଇଡଲାଇନ୍ ତିଆରି କରିଛି । ଯୋଜନାର ନାଁ ‘ମୋ ଘର ଅର୍ବାନ’ ଦିଆଯାଇଛି । ଏହି ଯୋଜନା ଗାଇଡ୍ଲାଇନ୍କୁ ନେଇ ବ୍ୟାଙ୍କଗୁଡିକଠାରୁ ମତାମତ ଆହ୍ୱାନ କରାଯାଇଛି । ବ୍ୟାଙ୍କର ମତାମତ ମିଳିବା ପରେ ସପ୍ତାହ ଭିତରେ ଗାଇଡ୍ଲାଇନ୍ ଚୂଡାନ୍ତ ପାଇଁ ନଗର ଉନ୍ନୟନ ବିଭାଗର ସଚିବଙ୍କ ଅଧକ୍ଷତାରେ ଆଉ ଏକ ବୈଠକ ବସିବ ବୋଲି ସୂଚନା ମିଳିଛି । ସରକାର ସିଧା ସଳଖ ହିତାଧିକାରୀଙ୍କ ଲୋନ୍ ଆକାଉଂଟକୁ କ୍ୟାପିଟାଲ୍ ସବ୍ସିଡି ବାବଦ ଅର୍ଥ ପଠାଇବେ । ହିତାଧିକାରୀ ଯଦି ଏସ୍ସି, ଏସ୍ଟି ବା ଭିନ୍ନକ୍ଷମ ହୋଇଥିବେ ତାଙ୍କୁ ଅତିରିକ୍ତ ସବ୍ସିଡି ମିଳିବ ।




user1 