ନବ ଦାସ ଘଟଣାରେ ବିରୋଧୀ ମିଛ କହୁଛନ୍ତି: ମୁଖ୍ୟମନ୍ତ୍ରୀ

ନବ ଦାସ ଘଟଣାରେ ବିରୋଧୀ ମିଛ କହୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୃହ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଲେ । ଗୃହକୁ ଆସି ସିଧାସଳଖ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ। କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ, ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି।

ନବ ଦାସ ଘଟଣାରେ ବିରୋଧୀ ମିଛ କହୁଛନ୍ତି। ପୂର୍ବରୁ ଏନେଇ ମତ ରଖି ସାରିଛି। ଦୁଇଟି ଦିଗକୁ ନେଇ ତଦନ୍ତ ହେଉଛି। ପ୍ରଥମ ସତ୍ୟ ଉନ୍ମୋଚନ, ଦ୍ୱିତୀୟ ଦୋଷୀକୁ ଦଣ୍ଡ ମିଳୁ।

ବର୍ଷ ବର୍ଷ ଧରି କୃଷି କ୍ଷେତ୍ରରେ ଓଡ଼ିଶା ରେକର୍ଡ କରିସାରିଛି । ରଥ ଯାତ୍ରା, ହକି ଖେଳ ଓ ନିର୍ବାଚନ ଅତି ଶୃଙ୍ଖଳ ସହ ଓଡ଼ିଶା ପରିଚାଳନା କରିଛି।  ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ।  ଆଇନ ଶୃଙ୍ଖଳା ଠିକ୍ ଥିବାରୁ ପୁଞ୍ଜିପତି ମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି  ।   ଓଡ଼ିଶା ଲୋକଙ୍କ ପାଇଁ ମୁଁ ଗର୍ବିତ।ବିରୋଧି ନବ ଦାସ ପ୍ରସଙ୍ଗରେ ମିଛ ପରେ ମିଛ କହିଚାଲିଛନ୍ତି । ପୁର୍ବତନ ହାଇକୋର୍ଟ ବିଚାରପତି  ହତ୍ୟାର ତଦନ୍ତ କରୁଛନ୍ତି । ଆସ୍କା ପୋଲିସ୍ ଷ୍ଟେସନ ଭାରତର ସର୍ଵ ଶ୍ରେଷ୍ଠ ପୋଲିସ ଷ୍ଟେସନର ମାନ୍ୟତା ପାଇଛି ବୋଲି କହିଥିଲେ।