ଗ୍ୟାସ ଟାଙ୍କି ଫାଟି ଶିଶୁ ମୃତ, ୩ ଗୁରୁତର
ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର ମେରାଇନ ଥାନା ମିର୍ଜାପୁର ଅଞ୍ଚଳରେ ଗ୍ୟାସ ଟାଙ୍କି ଫାଟି ୪୦ ଦିନର ଶିଶୁର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଓ ଆହତମାନେ ଗୋଟିଏ ପରିବାରର।
ଅରଡବଜାର ଅଞ୍ଚଳର ସେକ୍ ଭଲୁଙ୍କ ଝିଅ, ଜ୍ବାଇଁ ଚାନ୍ଦିପୁର ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ରୋଷେଇ ଘରେ ରୋଷେଇ କଲାବେଳେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା। ଏଥିରେ ୪୦ ଦିନର ଶିଶୁ ପୋଡିଯାଇ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।




admin 