ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା,ଆଜି ଶୁଭାରମ୍ଭ କରିବେ ନବୀନ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା,ଆଜି ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ବର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାଜ୍ୟର ୯୭୦ ଜଣ ବରିଷ୍ଠ ନାଗରିକ ଓ ୩୦ ଜଣ ସୁରକ୍ଷା ଅଧିକାରୀ ଶନିବାର ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରୁ ତୀର୍ଥଯାତ୍ରୀ ଆରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି।
ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକମାନେ ରାଜସ୍ଥାନର ଆଜ୍‌ମେର୍‌ ଏବଂ ପୁଷ୍କର ପରିଭ୍ରମଣ କରିବା ପରେ ଚଳିତ ମାସ ୯ ତାରିଖରେ ଓଡ଼ିଶା ଫେରି ଆସିବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ଶୁକ୍ରବାର ପୁରୀ ଜିଲ୍ଲାର ୧୫୯ ଜଣ ତୀର୍ଥଯାତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେମାନଙ୍କ ସହିତ ୫ ଜଣ ସହାୟକଙ୍କୁ ପଠାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ୨୧୧ ଜଣ ତୀର୍ଥଯାତ୍ରୀ ଓ ୭ ଜଣ ସୁରକ୍ଷା ଅଧିକାରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।