ଜାତୀୟ ରାଜପଥ ପୋଲ ଭୁଶୁଡ଼ିବାକୁ ନେଇ ସମୀକ୍ଷା ବୈଠକ

ଜାତୀୟ ରାଜପଥ ପୋଲ ଭୁଶୁଡ଼ିବାକୁ ନେଇ ସମୀକ୍ଷା ବୈଠକ

ଯାଜପୁର : ରସୁଲପୁର ବ୍ଲକ୍ ନିକଟ ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଆଜି ସମୀକ୍ଷା ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଜାତୀୟ ରାଜପଥ ଅବ୍ୟବସ୍ଥା ଓ ସଂପ୍ରସାରଣକୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ସାଂସଦ ଶର୍ମିଷ୍ଠା ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକ ପ୍ରଭାତ କୁମାର ବଳବନ୍ତରାୟ ଓ କୋରେଇ ବିଧାୟକ ଅଶୋକ ବଳ ଭାଗ ନେଇଥିଲେ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ,ଏସପି ଭିନୀତ ଅଗ୍ରୱାଲ୍, ଜାତୀୟ ରାଜମାର୍ଗ ପ୍ରାଧିକରଣ ଓ ଢେଙ୍କାନାଳ ଏନଏଚଏଆଇ ପ୍ରଳଳ୍ପ ନିର୍ଦ୍ଦେଶକ ନରେନ୍ଦ୍ର ସିଂହ, ଚଣ୍ଡିଖୋଲ-ଭଦ୍ରକର ପ୍ରକଳ୍ପ ନିର୍ଦ୍ଦେଶକ ଜିପି ବର୍ମା, କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ହାମି, ସୁକିନ୍ଦା ବିଧାୟକଙ୍କ ପ୍ରତିନିଧି ବିବେକାନନ୍ଦ ବୋଷ, ବିଂଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।