ନନ୍ଦନକାନନ ବିଷୟରେ ଜାଣନ୍ତୁ
୪୦୦ ହେକ୍ଟର ଜମିରେ ୧୧ଟି ଜୀବଜନ୍ତୁକୁ ନେଇ ଆରମ୍ଭ ହୋଇଥିଲା ନନ୍ଦନକାନନ ଚିଡ଼ିଆଖାନା । ଏବେ କିନ୍ତୁ ଏଠାରେ ୨୨୦ଟି ଏନକ୍ଲୋଜରରେ ୧୬୩ ପ୍ରଜାତିର ୪୨ ଶହ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ୪୯ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦ ପ୍ରଜାତିର ସରୀସୃପ, ୭୮ ପ୍ରଜାତିର ପକ୍ଷୀ, ୬ ପ୍ରଜାତିର ଉଭୟଚର ରହିଛନ୍ତି । ୧୯୮୦ରେ ଧଳା ବାଘ ଓ ଘଡ଼ିଆଳ କୁମ୍ଭୀର ପାଇଁ ନନ୍ଦନକାନନ ସାରା ବିଶ୍ୱରେ ପରିଚୟ ଲାଭ କରିଥିଲା । ପୃଥିବୀର ପ୍ରଥମ ଧଳାବାଘ ପ୍ରଜନନ ନନ୍ଦନକାନନରେ ହୋଇଥିଲା । ୧୯୯୧ରେ ନନ୍ଦନକାନନରେ ହୋଇଥିଲା ଧଳାବାଘ ସଫାରୀ । ପଶୁମାନଙ୍କ ଖାଦ୍ୟ ପାଇଁ ୩୩ ଏକର ପରିମିତ ଅଂଚଳରେ ଖାଦ୍ୟ ଉତ୍ପାଦନ କେନ୍ଦ୍ର କରାଯାଇଛି । ସେହିପରି ମାଂସାଶୀ ପ୍ରାଣୀମାନଙ୍କ ପାଇଁ କଂସେଇଖାନା ରହିଛି ।




admin 