ବିଶ୍ବ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ବିଶ୍ବ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର: ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଥିବା ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।  ଏ ନେଇ ଟ୍ବିଟ୍‌ କରି ବିଶ୍ବ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ବ ପାଣିପାଗ ସଂଗଠନ ଟ୍ୱିଟ୍ କରି କହିଛି “ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂଗଠନ ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସମସ୍ତ ନୂଆ ଅଫିସ କର୍ମଚାରୀଙ୍କୁ ବଧେଇ।”
ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଆୟରଲାଣ୍ଡ ପାଣିପାଗ ବିଜ୍ଞାନ କେନ୍ଦ୍ରର ଇଅନ ମୋରଗନ ଦ୍ୱିତୀୟ ଉପାଧ୍ୟକ୍ଷ, କୋଟେ ଡିଆଇଭର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡାଓଡା କୋନାଟେ ଆସନ୍ତା ୪ ବର୍ଷ ପାଇଁ ବିଶ୍ବ ପାଣିପାଗ ସଂଗଠ ପ୍ରଥମ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଡାଓଡା ବିଶ୍ବ ପାଣିପାଗ ସଂଗଠର ଆଫ୍ରିକା ଆଞ୍ଚଳିକ ଆସୋସିଏସନ୍‌ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ସେହିପରି ଆର୍ଜେଣ୍ଟିନାର ପ୍ରଫେସର ତଥା ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ସେଲେଷ୍ଟେ ସାଓଲୋ ବିଶ୍ବ ପାଣିପାଗ ସଂଗଠନ ପ୍ରଥମ ମହିଳା ଜେନେରାଲ ସେକ୍ରେଟାରୀ ହୋଇଛନ୍ତି। ପାଣିପାଗ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ଓ ପରିଚାଳନା କ୍ଷେତ୍ରରେ ସେ ନେତୃତ୍ୱ ନେବେ ବୋଲି ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେଇଛି। ୧ ଜାନୁଆରୀ ୨୦୨୪ ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ଆସନ୍ତା ୪ ବର୍ଷ ପାଇଁ ୟୁଏଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ଅବଦୁଲ୍ଲା ଅଲ ମାନ୍ଦୋସ ବିଶ୍ବ ପାଣିପାଗ ସଂଗଠନ  ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଡ. ମାନ୍ଦୋସ ବିଶ୍ବ ପାଣିପାଗ ସଂଗଠନର ଏସିଆ ଆଞ୍ଚଳିକ ଆସୋସିଏସନ୍‌ର ଅଧ୍ୟକ୍ଷ ଅଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ବିଶ୍ୱ ପାଣିପାଗ ସଂଗଠନ।