ବିଷାକ୍ତ ଦେଶୀ ମଦ ପିଇ ୨୦ ରୁ ଉର୍ଦ୍ଧ ଜଣ ମେଡିକାଲ ଭର୍ତ୍ତି।
ବିଷାକ୍ତ ଦେଶୀ ମଦ ପିଇ ମେଡ଼ିକାଲରେ ବର୍ତ୍ତି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ମାଉନ୍ଦ ଗ୍ରାମରେ ବିଷାକ୍ତ ଦେଶୀ ମଦ ପିଇ ୨୦ ରୁ ଉର୍ଦ୍ଧ୍ବ ଗୁରୁତର ।ଅଧିକାଂଶ ଅସୁସ୍ଥ ମାନେ ଚିକିଟି ବ୍ଲକ କରବାଲୁଆ ଓ ଜେନାପୁର ଗ୍ରାମର ହୋଇଥିବା ସୂଚନା । ମଦ୍ୟପାନ ପରେ ପ୍ରବଳ ଝାଡା ବାନ୍ତିର ଶିକାର ହୋଇ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ । ନିର୍ବାଚନ ପୂର୍ବେ ଓଡ଼ିଶାରେ ମଦ ମୁକ୍ତି କରିବି ବୋଲି ବିଜେପି ପକ୍ଷରୁ କହୁଥିଲା କିନ୍ତୁ ବାସ୍ତବରେ ମଦ ମୁକ୍ତି ଦୂରର କଥା ବିଷାକ୍ତ ମଦ ପିଇ ସଦରଣ ଲୋକଙ୍କ ଜୀବନ ଛଟପଟ ହେଉଚି। ଅସୁସ୍ଥ ହୋଇଥିବା ଲୋକଙ୍କ ପ୍ରତି ଦାୟୀ କିଏ ବୋଲି ସାଧାରଣ ମହଲରେ ଯୋର ଚର୍ଚ୍ଚା ହେଉଛି।