ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆଜିଠୁ ସଂସଦର ମୌସୁମୀ ଅଧିବେଶନ। ଅଧିବେଶରେ ୩୧ ବିଲ ଆଗତ ହେବ। ମୁହାଁମୁହିଁ ହେବାକୁ ତୟାର ହୋଇଛନ୍ତି ଶାସକ ବିରୋଧୀ । ପ୍ରଥମରୁ ମଣିପୁର ହିଂସ ପ୍ରସଙ୍ଗ ଉଠିବ ବୋଲି ସର୍ବଳଦୀୟ ବୈଠକରେ ସୂଚନା ଦେଇସାରିଛି କଂଗ୍ରେସ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା, ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ସହ ବଳକା ଉଷୁନା ଚାଉଳ ଉଠାଣ ଉପରେ ଗୁରୁତ୍ୱ ଦେବ ବିଜେଡି ।
କେନ୍ଦ୍ର ସରକାରଙ୍କୁ ଘେରିବା ଲାଗି ଆଜି ବସିବ ଇଣ୍ଡିଆ ମେଣ୍ଟର ବୈଠକ । ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛନ୍ତି ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ତେବେ ଏହି ସବୁ ପ୍ରସଂଗ ବ୍ୟତୀତ ଚଳିତ ମୌସୁମୀ ଅଧିବେଶନରେ ମଣିପୁର ହିଂସାକାଣ୍ଡ ଘଟଣା ସହ ବାଲେଶ୍ବର ଟ୍ରେନ ଟ୍ରାଜେଡି, ବିରୋଧୀଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସି ଇଡିର ଦୁରୁପୋଯୋଗ ଓ ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା କରିବାକୁ ବିରୋଧୀ ଦାବି କରିବ ।
ଏହା ସହ ହିଣ୍ଡେନବର୍ଗ- ଆଦିନୀ ପ୍ରସଂଗ ଉଠିବ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ସେହିପରି ମହଳି ସଂରକ୍ଷଣ ବିଲ ଉପରେ ଚର୍ଚ୍ଚା କରିବାକୁ BJD, BSR  ଓ YSR CONGRESS  ଦାବି କରିଥିବା ଜଣାପଡିଛି। ଜୁଲାଇ ୨୦ରେ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶ ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି କାର୍ୟ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏଥିରେ ୩୧ ବିଲ ଆଗତ ହେବ ଜଣାପଡିଛି।