ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ମୋଦୀଙ୍କୁ ନବୀନଙ୍କ ସମର୍ଥନ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ମୋଦୀଙ୍କୁ ନବୀନଙ୍କ ସମର୍ଥନ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ ଦଳ।  ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ତାରିଖ ଧାର୍ୟ୍ୟ କରିଛନ୍ତି ଲୋକସଭା ସ୍ପିକର ଓମ ବିର୍‌ଲା ତିନି ଦିନ ଧରି ନୋକନଫିଡେନ୍ସ ମୋସନ ଉପରେ ଚର୍ଚ୍ଚା, ଆଲୋଚନା ହେବ ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ

ସେପଟେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ଦିଲ୍ଲୀ ବିଧେୟକକୁ ସମର୍ଥନ କରିବ ଦଳ। ସେଥିପାଇଁ ଆଲୋଚନା ବେଳେ ଉଭୟ ରାଜ୍ୟସଭା ଲୋକସଭାରେ ସମସ୍ତ ବିଜେଡି ସାଂସଦକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ଅନାସ୍ଥା ଭୋଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଅଭିଭାଷଣ ରଖିବାକୁ ହେବ ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ କେବଳ ବିଜେପି ପାଖରେ ୩୦୧ ଆସନ ରହିଛି ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ ରହିଛି