ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ଶିକ୍ଷକଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ବସିବ । ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ କମିଟିର ବୈଠକ ବସିବ ।
ଏଥିରେ ଅର୍ଥମନ୍ତ୍ରୀ ତଥା କମିଟି ଅଧ୍ୟକ୍ଷ ବିକ୍ରମ କେଶରୀ ଆରୁଖ ଅଧ୍ୟକ୍ଷତା କରିବେ । ୭ଟି ଶିକ୍ଷକ ସଂଗଠନ ସହ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି ।
ପ୍ରକାଶ ଯେ, ଗତ କିଛି ମାସ ହେଲା ବିଭିନ୍ନ ଶିକ୍ଷକ ସଂଗଠନ ବିଭିନ୍ନ ଦାବି ନେଇ ଆନେ୍ଦାଳନ କରିଆସୁଛନ୍ତି ।




admin 