ଜାଣନ୍ତୁ, କେଉଁ ଗ୍ରେଡରେ କେତେ ପାସ୍ ?
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷର ପାସହାର ୯୬.୪୦ % ରହିଛି । ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା ପାସ୍ କରିଛନ୍ତି । ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% ରହିଛି । କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ୯୭.୯୯% ରହିଛି । ସେହିପରି ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୯୨.୬୮% ରହିଛି ।
କେଉଁ ଗ୍ରେଡରେ କେତେ ପାସ୍ ?
A1 ରେ ୪ହଜାର ୧୫୮ ପରୀକ୍ଷାର୍ଥୀ ପାସ୍
A2 ରେ ୨୯ହଜାର ୭୩୮ ପରୀକ୍ଷାର୍ଥୀ ପାସ୍
B1 ରଖିଛନ୍ତି ୭୬ହଜାର ୫୬୭ ଛାତ୍ରଛାତ୍ରୀ
B2ରେ ୧ଲକ୍ଷ ୧୮ହଜାର ୭୫୦ ପାସ୍
C ରେ ୧ଲକ୍ଷ ୨୧ହଜାର ୬୧୧ ପାସ
D ରେ ୯୫ହଜାର ୬ଜଣ ପରୀକ୍ଷାର୍ଥୀ ପାସ୍
E ରେ ୬୧ହଜାର ୪୭୪ ପିଲା ପାସ୍
F ରେ ୭ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ୍
ତେବେ ୩୨୨୨ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ସୂଚନା ମିଳିଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨୨୫୪ ଥିବାବେଳେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧୯୦୪ ବୋଲି ଜଣାଯାଇଛି । ଷ୍ଟେଟ ଓପନ ସ୍କୁଲର ପାସହାର ୭୫.୦୭ ପ୍ରତିଶତ ରହିଥିବାବେଳେ ମଧ୍ୟମାରେ ପାସହାର ୮୫.୯୪ ପ୍ରତିଶତ ରହିଛି ।