ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ, ଜାଣନ୍ତୁ ପାସ ହାର

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ, ଜାଣନ୍ତୁ ପାସ ହାର

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ  ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତ‌ିରେ ପରୀକ୍ଷାଫଳ ପ୍ରକାଶ ପାଇଛି।  ଚଳିତ ବର୍ଷ ପାସ ହାର ରହିଛି ୯୬.୪% । ଏ-୧ରେ ୪,୧୫୮ ଜଣ ପାସ କରିଥିବାବେଳେ  ଏ-୨ରେ ୨୯,୮୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି  ବି-୧ରେ ୭୭,୫୬୭ ଜଣ ପାସ କରିଥିବାବେଳେ ବି-୨ରେ୧, ୧୮,୭୫୦   ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେOR10  ନିଜର ରୋଲ୍‌ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ। ଏହା ବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ୨୦ତାରିଖ ପର୍ୟ୍ୟନ୍ତ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ୍‌ ୩ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର ୫୫ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା।