ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମହାସଂଘ ପକ୍ଷରୁ ବିଶାଳ ଗଣ ବିକ୍ଷୋଭ

ରାଜ୍ୟ ସରକାରଙ୍କ ଠାରେ ପାଞ୍ଚ ଦଫା ଦାବି ନେଇ ନିଖିଳ ଉତ୍କଳ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମହାସଂଘ ପକ୍ଷରୁ ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସମ୍ନୁଖରେ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି, ଏହି ଗଣ ବିକ୍ଷୋଭ ରେ ହଜାର ହଜାର ସ୍ବୟଂସହାୟକ ଗୋଷ୍ଠୀ ର ମହିଳା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ମିଶନ ଶକ୍ତିର ନିୟମ ଅନୁସାରେ ସମସ୍ତ ସଦସ୍ଯ ଙ୍କୁ ଭତ୍ତା ପ୍ରଦାନ କରିବା, ମଞ୍ଚ କମିଟି,ପଞ୍ଚାୟତ କମିଟି ଏବଂ ବ୍ଲକ କମିଟି ପୁନର୍ଗଠନ କରିବା,ନିୟମ ଅନୁଯାୟୀ ପ୍ରତି ମାସ ରେ ସମସ୍ତ ସଦସ୍ଯ ଙ୍କୁ ଡାକି ସଭା ସମିତି କରିବା ଇତ୍ଯାଦି ଦାବି ନେଇ ମହିଳା ମାନେ ବିକ୍ଷୋଭ କରିଥିଲେ, ବିକ୍ଷୋଭ ସମୟରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ମୂତୟନ କରା ଯାଇ ଥିଲା, ସ୍ବୟଂସହାୟକ ଗୋଷ୍ଠୀ ର ମହିଳା ମାନେ ବାଲିଆପାଳ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ବେଳେ ସରକାର ଦାବି ପୂରଣ ନ କରିବା ଯାଏ ସଂଗ୍ରାମ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆ ଯାଇଛି