ପଞ୍ଚାୟତ ନିର୍ବାଚନ ହିଂସା : ମମତା ସରକାରଙ୍କଠାରୁ ରିପୋର୍ଟ ତଲବ

କୋଲକାତା: ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ୭୩,୮୮୭ ଆସନ ଲାଗି ହୋଇଥିବା ମତଦାନେ ପ୍ରାୟ ୫.୬୭ କୋଟି ଭୋଟର ଅଂଶ ଗ୍ରହଣ କରି ୨.୦୬ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ସେଠାରେ ୫୦.୦୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ତେବେ ମତଦାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଟିଏମସି, ସିପିଏମ, କଂଗ୍ରେସ ଏବଂ ଭାଜପା କର୍ମୀଙ୍କ ସମେତ ଏହି ହିଂସାରେ ଏପର୍ୟ୍ୟନ୍ତ ଏକ ଡଜନରୁ ଅଧିକ କର୍ମୀଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇ ମମତା ସରକାରଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ନିର୍ବାଚନୀ ହିଂସାକୁ ନିନ୍ଦା କରାଯାଇଛି।