ରାଜଧାନୀର ବିଭିନ୍ନ ହୋଟେଲରେ ଚଢ଼ଉ
ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ। ହୋଟେଲ ଗୁଡିକ ‘ସରାଇ ଆପ’କୁ ଅନୁସରଣ କରୁଛନ୍ତି କି ନାହିଁ ତାର ଚେକିଂ କରାଯାଇଥିଲା। ହୋଟେଲ ମାନଙ୍କରେ ରହୁଥିବା ଗ୍ରାହକ ମାନଙ୍କ ସମ୍ପର୍କରେ ‘ସରାଇ ଆପ’ରେ ସୂଚନା ଦିଆଯାଉଥିଲା ନା ନାହିଁ ତାର ଅନୁଧ୍ୟାନ କରିଥିଲା କମିଶନରେଟ ପୋଲିସ।
, ଶନିବାର ବିଳମ୍ବିତ ରାତି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଓ ଷ୍ଟେସନ ଅଞ୍ଚଳରେ ଥିବା ହୋଟେଲ ଗୁଡ଼ିକରେ ପୋଲିସ ପକ୍ଷରୁ ରେଡ୍ କରାଯାଇଛି। ଏଥିସହିତ ଅଶୋକ ନଗର , ଚନ୍ଦ୍ରଶେଖରପୁର, ଇନଫୋସିଟି , କଟକ ରୋଡ , ନୟାପଲ୍ଲୀ ଅଞ୍ଚଳରେ ଥିବା ହୋଟେଲ ଗୁଡିକରେ ଜୋରଦାର ଚଢାଉ କରାଯାଇଛି। ଯେଉଁ ହୋଟେଲ ମାଲିକମାନେ ‘ସରାଇ ଆପ’କୁ ଫାଲୋ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ।




user1 