ତ୍ବଚା ପାଇଁ ଉପକାରୀ ଲୋଟସ୍‌ ପାଉଡର

ତ୍ବଚା ପାଇଁ ଉପକାରୀ ଲୋଟସ୍‌ ପାଉଡର

ଭୁବନେଶ୍ବର: ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଲୋଟସ ପାଉଡର ତ୍ବଚା ପାଇଁ ଖୁବ୍ ଉପକାରୀ। ଏହି ପାଉଡର୍‌ରେ ମଏଶ୍ଚରାଇଜିଂ ଓ କଣ୍ଡିସନିଂ ଗୁଣ ଥାଏ। ଫଳରେ ଏହାକୁ ଲଗାଇଲେ ତ୍ବଚା କୋମଳ ରହେ। ତେବେ ଏହାକୁ ଠିକ୍ ତରିକାରେ ଲଗାଇବାର ଯଥେଷ୍ଟ ଆବଶ୍ୟକତା ଅଛି।

ଲୋଟସ ପାଉଡରରେ ଅଳ୍ପ ବୁନ୍ଦା ଗୋଲାପ ଜଳ ମିଶାନ୍ତୁ। ତାହାକୁ ମୁହଁରେ ଲଗାଇ ୧୫ ମିନିଟ୍ ରଖନ୍ତୁ। ଏହା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚା ସୁସ୍ଥ ରହେ। ଭିଟାମିନ୍ ବି, ଆଇରନ ଓ ପ୍ରୋଟିନ୍‌ରେ ଭରପୂର ଏହି ପାଉଡର ତ୍ବଚାର ଟେକ୍ସଚର୍‌ରେ ସୁଧାର ଆଣିଥାଏ। ତ୍ବଚାର ନାଲିପଣ ଓ ପୋଡ଼ାଜଳା ସମସ୍ୟାକୁ ଦୂର କରିଥାଏ ଏହି ପାଉଡର। ଏହା ସହ ତ୍ବଚା ଉଜ୍ଜ୍ବଳ ମଧ୍ୟ ଦିଶେ।