ବନ୍ୟାରେ ୧୫ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ହିମାଳଚପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ପରିମାଣ ୧୦-୧୫ ହଜାର କୋଟି ଟଙ୍କା ହେବ ବୋଲି ଏସ୍ବିଆଇ ପକ୍ଷରୁ ପ୍ରସ୍ତୁତ ଇକୋରାପ୍ ରିପୋର୍ଟରେ ଆକଳନ କରାଯାଇଛି। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଶ ପାଇଁ ବହୁତ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ରିପୋର୍ଟରେ କୁହାଯାଇଛି।
୧୯୯୦ ପରଠାରୁ ଆମେରିକା ଓ ଚୀନ୍ ପରେ ଭାରତରେ ତୃତୀୟ ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଘଟିଛି। ୧୯୦୦ ମସିହା ପରେ ଭାରତରେ ୭୬୪ ଥର ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା। ୧୯୦୦ରୁ ୨୦୦୦ ମଧ୍ୟରେ ସେଭଳି ୪୦୨ ଘଟଣା ଘଟିଥିଲା। କିନ୍ତୁ ୨୦୦୧-୨୦୨୨ ଭିତରେ ୩୬୧ ଥର ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଟଣା ଘଟିଛି। ଏହି ଘଟଣାଗୁଡ଼ିକ ପାଇଁ ବ୍ୟାପକ ଆର୍ଥିକ କ୍ଷୟକ୍ଷତି ହେଉଛି।
ଭାରତରେ ସର୍ବାଧିକ ଘଟୁଥିବା ବିପର୍ଯ୍ୟୟ ହେଉଛି ବନ୍ୟା। ମୋଟ ବିପର୍ଯ୍ୟୟର ୪୧ ପ୍ରତିଶତ ହେଉଛି ବନ୍ୟା। ୨୦୨୨ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୭,୫୦୦ କୋଟି ଡଲାର କ୍ଷୟକ୍ଷତି ଘଟିଛି। ସେଥିରୁ ମାତ୍ର ୧୨,୫୦୦ କୋଟି ଡଲାରର କ୍ଷତି ପାଇଁ ବୀମା ସୁରକ୍ଷା ଥିଲା। ଅବଶିଷ୍ଟ ୧୫,୧୦୦ କୋଟି ଡଲାରର କୌଣସି ବୀମା ନଥିଲା। ବିଶ୍ବ ସ୍ତରରେ ବୀମା ସୁରକ୍ଷା ଥିବା ଓ ନଥିବା କ୍ଷୟକ୍ଷତି ଭିତରେ ଅନ୍ତର ୬୨ ପ୍ରତିଶତ ଥିବା ବେଳେ ଭାରତରେ ସେହି ହାର ୯୨