ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ

ତେଲକୋଇ: ଆଜି ସକାଳ ସାଢେ ଆଠଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭୁଜାଲିରେ ହାଣି ୨ଜଣ ଯୁବକଙ୍କ ଠାରୁ ଲକ୍ଷେ ସାତ ହଜାର ଟଙ୍କା ଲୁଟି ନେଇଛନ୍ତି ୨ଲୁଟେରା। କେନ୍ଦୁଝର ରାଙ୍କି ଗ୍ରାମର ଆଲୋକ ପଲେଇ ଓ ଅମୀୟ କୁମାର ବାରିକ ଏକ ବାଇକ୍ ଯୋଗେ ତେଲକୋଇ ଥାନା ଛାମୁଣ୍ଡା ଗ୍ରାମକୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭୁଜାଲିରେ ହାଣି ଏକ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଇଛନ୍ତି।

ଆହତମାନଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଟଙ୍କା ଧରି ଚମ୍ପଟ ମାରିଛନ୍ତି। ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।