୨୬ରେ ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ରାଜ୍ୟସ୍ତରୀୟ ଆଲୋଚନାଚକ୍ର

lecturer

୨୬ରେ ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କଟକ : ରାଜ୍ୟ ଏସ୍‌ଏସ୍‌ବି ଅଧ୍ୟାପକ ସଂଘ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ସମ୍ମିଳନୀ କକ୍ଷରେ ‘ଓଡ଼ିଶାରେ ନୂତନ ଶିକ୍ଷାନୀତି ଲାଗୁର ରୋଡମ୍ୟାପ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ଏହାର ପ୍ରଭାବ’ ଶୀର୍ଷକ ଏକ ରାଜସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାସ ସିଂ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ତୁଷାର କାନ୍ତି ତ୍ରିପାଠୀଙ୍କ ସମେତ ରାଜ୍ୟର ବହୁ ପ୍ରତିଷ୍ଠିତ ରାଜନେତା ଯୋଗଦେବେ । ବିଭିନ୍ନ କଲେଜର କାର୍ଯ୍ୟରତ ୧୦୦୦ରୁ ଊର୍ଦ୍ଧ୍ୱ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକା ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବେ ବୋଲି ରାଜ୍ୟ ଏସ୍‌ଏସ୍‌ବି ସଂଘର ସଭାପତି ସରୋଜ କାନ୍ତ ନାୟକ ଏବଂ ସମ୍ପାଦକ ଡ. ଲମ୍ବୋଧର ରାଉତ ସୂଚନା ପ୍ରଦାନ କରିଛନ୍ତି ।

ବିଶେଷ କରି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡିକରେ ଥିବା ବିଭିନ୍ନ ନିଯୁକ୍ତି ପ୍ରକ୍ରିୟା, ଦରମାଗତ ସମସ୍ୟା ଓ ତାରତମ୍ୟ, ସମାନ କାମକୁ ସମାନ ଦରମା ଆଦି ବିଭିନ୍ନ ପ୍ରସଙ୍ଗ ଓ ସମାଧାନର ସୂତ୍ର ସମ୍ପର୍କରେ ଆଲୋଚନା କରାଯିବ । ବିପୁଳ ସଂଖ୍ୟାରେ ଯୋଗଦେଇ ଏହି ଆଲୋଚନାଚକ୍ରକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଏସ୍‌ଏସ୍‌ବି ଅଧ୍ୟାପିକା/ଅଧ୍ୟାପକଙ୍କୁ ଆହ୍ୱାନ କରିଛନ୍ତି ।