କୁତ୍ତାମ ଚଣ୍ଡୀ

କୁତ୍ତାମ ଚଣ୍ଡୀ

ଜଗନ୍ନାଥ ମନ୍ଦିର ଭିତରେ ଅଛନ୍ତି କୁତ୍ତାମ ଚଣ୍ଡୀ ,ଦେବୀ କୁକୁର ଉପରେ ବିରାଜମାନ କରିଥବା ବେଳେ ଆଉଏକ ସ୍ଥାନରେ କୁକୁର ନିଜେ ବିଜେ କରିଛନ୍ତି  । ଏହା ଦେବୀଙ୍କର ବାହାନ କୁକୁର ହୋଇ କୁତ୍ତାମ ଚଣ୍ଡୀଙ୍କୁ ପ୍ରଣିପାତ କରି ରହିଛି ତେବେ କୁତ୍ତାମ ଚଣ୍ଡୀ ମନ୍ଦିର, ତନ୍ତ୍ର ଉପାସନାର ପ୍ରତୀକ ବୋଲି କିଛି ଗବେଷକ ମତ ଦିଅନ୍ତି । ଶ୍ରୀମନ୍ଦିର  ଅନୁଯାୟୀ ଏହି ଠାକୁରାଣୀଙ୍କୁ ଜଣେ ସେବକ ଜୈନିକ ସେବା କରନ୍ତି ଏବଂ ସକାଳ ଧୂପରେ ବଡ଼ବାଡ଼ର ଥାଳି ଆସି ଦେବୀଙ୍କୁ ସମର୍ପଣ ହେଲେ ସେହି ସେବକ ସେଥରୁ କିଛି ଖେଇ ଆକାରରେ ପାଆନ୍ତି  । ଏହି କୁତ୍ତାମଚଣ୍ଡୀ ପୂର୍ବ ଗର୍ଭଗୃହ (ରନସିଂହାସନ ନିକଟରେ) ଭିତରେ ପ୍ରତିଷ୍ଠିତ ହୋଇଥଲେ  । ପରେ ବୈଷ୍ଣବମାନଙ୍କର ପ୍ରଭାବରେ ତାହା ସେଠାରୁ ଅପସାରିତ ହୋଇ ବର୍ତ୍ତମାନ କ୍ଷେତ୍ରପାଳ ମନ୍ଦିର ପୂର୍ବ ପଟ କାନ୍ଥ ସଂଲଗ୍ନ ସଂସ୍ଥାପିତ ହୋଇଛନ୍ତି ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରେ (ଜଗମୋହନ ଆଡ଼କୁ ମୁହଁ କରି) ଏହି ଦେବୀ ପୂଜା ପାଉଛନ୍ତି  ।

୧୪୯୮ ମସିହାର କେତେକ ପ୍ରାବନ୍ଧିକ ବାହାନ ଥାଇ କୁତ୍ତାମ ଚଣ୍ଡୀ ଶ୍ରୀମନ୍ଦିରେ ପୂଜା ପାଇଲେ ବୋଲି ଉଲ୍ଲେଖ କରିଛନ୍ତି  । ଉଜୟିନୀରୁ ଜଣେ ଖ୍ୟାତନାମା ତାନ୍ତିକ ଦିଗନା ପୁରୀରେ କିଛିଦିନ ରହିଥଲେ  । ସେହି ସମୟରେ ମନ୍ଦିର ଭିତରେ ବହୁବାର କୁକୁର ପ୍ରବେଶ କରିବାରୁ ନୀତିରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥଲା  । ଜଗନ୍ନାଥଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେଉଥବା ବିଷୟ ତାନ୍ତ୍ରିକ ଦିଗନା ଶୁଣି ତାର ପ୍ରତିକାର ସ୍ୱରୂପ ତାଙ୍କରି ଉଦ୍ୟମରେ କୁତ୍ତାମ ଚଣ୍ଡୀ ପ୍ରତିଷ୍ଠିତ ହେଲେ  । ବାସ୍ତବିକ ସେହିଦିନଠାରୁ ମନ୍ଦିରୁ ପରିସରକୁ ଆଉ କୁକର ପ୍ରବେଶ କଲେ ନାହିଁ  । ଫଳରେ ଭୋଗ ପ୍ରସ୍ତୁତି ଓ ଅନ୍ୟାନ୍ୟ ସେବା ପୂଜା ଯଥାରୀତି ହେଲା  । ଆଉ ଏକ ଲୋକକଥା ଅନୁଯାୟୀ ମନ୍ଦିରରେ କୌଣସି ଅଘଟଣ ବା ଅନ୍ୟାୟ, ଅନୀତି ହେଲେ ଦେବୀ କୁତ୍ତାମ ଚଣ୍ଡୀ କୁକୁର ବେଶରେ ବେଢ଼ାରେ ବୁଲନ୍ତି  । ସେହି ଅନ୍ୟାୟ, ଅନୀତି ବା ଅଘଟଣ ଘଟିଯିବା ପରେ ପୁଣି ସେ ଉଭେଇ ଯାଆନ୍ତି  । ତେବେ ଆଜି ମଧ୍ୟ ଲୋକ ବିଶ୍ୱାସ ରହିଛି ଯେ - କିଛି ଅଘଟଣ ବା ନୀତିରେ ବ୍ୟତିକ୍ରମ ହେଲେ ଅଚାନକ ବେଢ଼ାର କୌଣସି ସ୍ଥାନରେ କୁକୁର ଦେଖାଯାଉଛନ୍ତି  ।