କେରଳ ୱେନାର୍ଡ ଭୁସ୍ଖଳନ ରେ ଚୌଦ୍ୱର ଡାକ୍ତର ନିଖୋଜ

କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡ ର ବାସିନ୍ଦା ହାଇଟେକ୍ ମେଡିକାଲ ର ମେଡିସିନ ଡାଃ ବିଷ୍ନୁ ପ୍ରସାଦ ଚିନରା କେରଳ ଭୁସ୍ଖଳନ ରେ ନିଖୋଜ ଥିବାକୁ ନେଇ ଚୌଦ୍ୱାର ଅଞ୍ଚଳ ଓ ପରିବାର ରେ ଶୋକର ଛାୟା ଖେଳିଯାଇଛି। ସେ ଚୌଦ୍ଵାର କଳିଙ୍ଗ ବିଦ୍ୟାପୀଠର ଟପ୍ପର ଛାତ୍ର ଅଟନ୍ତି , ତାଙ୍କର ପିତା ପ୍ରମୋଦ କୁମାର ଚିନରା ଚାରବାଟିଆ ସ୍ଥିତ ବ୍ୟମଯାନ କେନ୍ଦ୍ରର ଅବସରପ୍ରାପ୍ତ ଗ୍ରେଡ୍୧ ଅଫିସର ଥିଲେ । ଗତ ୨୬ ତାରିଖରେ ତାଙ୍କ ପୁଅ ଓ ବୋହୁ ଯେ କି ଡ୍ରିମ୍ସ ନର୍ସିଂ କଲେଜର ଅଧ୍ୟାପିକା ପ୍ରିୟଦର୍ଶିନୀ ପାଲ ଓ ଅନ୍ୟ ଦୁଇ ବନ୍ଧୁ ଡାଃ ସ୍ଵାଧୀନ ପଣ୍ଡା ଓ ସ୍ଵିକୃତି ମହାପାତ୍ର ବାଙ୍ଗାଲୋର ର ୱେନାର୍ଡ ଲିନରା ଭିଲା ରେ ଥିବା ବଳେ ପ୍ରାୟ ରାତ୍ରି ୨ଘ ସମୟ ରେ ଭୁସ୍ଖଳନ ହୋଇଥିଲା। ଏଥିରେ ମୋ ବହୁ ଉଦ୍ଧାର ହୋଇଥିବା ବେଳେ ମୋ ପୁଅ ର କୌଣସି ଖବର ମିଳୁନାହିଁ ଆଜି ସକାଳ ୬ ଘଟିକା ସମୟ ରେ ବହୁ ସହ ଆମେ କଥା ବାର୍ତ୍ତା ହୋଇଛୁ । ସେ ଭଲ ରେ ମେଡିକାଲ ରେ ଅଛି ଏହା ସହିତ ଡାଃ ସ୍ଵାଧୀନ ପଣ୍ଡା ଙ୍କ କୌଣସି ପତ୍ତା ମିଳୁନ ଥିବାବେଳେ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ମେଡିକାଲ ରେ ଆଡମିସନ ଅଛନ୍ତି ବୋଲି ତାଙ୍କ ବୋହୁ ପ୍ରକାଶ କରିଥିଲ । ଏଥି ସହିତ ତାଙ୍କ ପିତା ଶ୍ରୀ ଚିନରା ସରକାରଙ୍କ ପାଖରେ ନିବେଦନ କରିଛନ୍ତି କି ସରକାର ତାଙ୍କ ପୁଅକୁ ଉଦ୍ଧାର କରିକି ଦେଲେ ଚିର ଉପକୃତ ହେବେ ।