୮ ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ସମ୍ମିଳନୀ
ଭୁବନେଶ୍ୱରରେ ଆସନ୍ତା ଜାନୁୟାରୀ ୮ ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ। ଏହି ଅବସରରେ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ପ୍ରବାସୀ ଭାରତୀୟ ପୁରୀ ଗସ୍ତରେ ଆସିବେ । ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବ୍ଲୁ ଫ୍ଲାଗ ବିଚ ,ସାତପଡ଼ା ,ରାମଚଣ୍ଡୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିବେ। ପ୍ରତି ଦଳ ସହ ସ୍ୱତନ୍ତ୍ର ଟିମ ମୁତୟନ ରହିବ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ବିଶେଷ କରି ପୁରୀ ସହରର ସ୍ୱଚ୍ଛତା ରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକାକଳା,ପୁଷ୍ପ ପ୍ରଦର୍ଶନୀ, କାଇଟ ଫେଷ୍ଟିଭାଲର ଆୟୋଜନ କରାଯାଇଛି। ପ୍ରବାସୀ ଭାରତୀୟ ସୁନ୍ଦର ଅନୁଭୂତି ଓ ସୁଖଦ ଅନୁଭୂତି ନେଇ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଦେଇଛନ୍ତି। ତେବେ ପ୍ରବାସୀ ଭାରତୀୟଙ୍କ ପୁରୀ ଗସ୍ତ ସମୟରେ ପର୍ଯ୍ୟଟକ କିମ୍ବା ପୁରୀ ବାସିନ୍ଦାଙ୍କ ପାଇଁ କୌଣସି କଟକଣା ରହିବ ନାହିଁ ।




