କଟକ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି 

କଟକ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି 

କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ କଟକ ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ଉପସଭାପତି ଶିଶିର ରଥ ଙ୍କ  ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତି ବିଶାରଦ ଡ଼କ୍ଟର ମନମୋହନ ସିଂହ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ସର୍ବ ପ୍ରଥମେ ସ୍ବର୍ଗତ ସିଂହ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।ସମୃଦ୍ଧ ଭାରତ ବର୍ଷ ଗଠନ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ବିଶେଷ କରି ସୂଚନା ଅଧିକାର ଆଇନ୍,ଖାଦ୍ୟ ସୁରକ୍ଷା ଆଇନ୍,ମନରେଗା,ନୂତନ ଜମି ଅଧିଗ୍ରହଣ ବିଲ୍,ସବୁ ବ୍ୟାଙ୍କ୍ ଜରିଆରେ ସବସିଡ ପ୍ରଦାନ ସହ ତାଙ୍କ ଶାସନକାଳ ସମୟରେ ୭୧ ହଜାର କୋଟି ଟଙ୍କା କୃଷି ଋଣ ଛାଡ କରିବା ଇତ୍ୟାଦି ପାଇଁ ଦେଶବାସୀ ତାଙ୍କୁ ନିଶ୍ଚୟ ମନେରଖିବେ ।ଜଣେ ଶିଷ୍ଟ,ଜ୍ଞାନୀ,ବୁଦ୍ଧିମାନ ଅର୍ଥ ବିଶାରଦ ଭାବେ ତାଙ୍କର ସ୍ଵତନ୍ତ୍ର ଗୁଣ ରହିଥିଲା ବୋଲି ବକ୍ତା ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ଉପସଭାପତି ମନୋଜ ବିଶ୍ଵାଳ,ରାଜେଶ୍ ସ୍ୱାଇଁ,କଟକ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ,କଟକ ନଗର (ଜିଲ୍ଲା)କଂଗ୍ରେସ ର ମୁଖ୍ୟ-ମୁଖପାତ୍ର ମାନସ ପରିଡ଼ା ଓ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ,କଟକ ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ୍,ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ, ବରିଷ୍ଠ କଂଗ୍ରେସ ନେତା ରଜନୀ ବସ୍ତିଆ,ଯୁବ ସଂଗଠକ କାଳନ୍ଦୀ ଖୁଣ୍ଟିଆ,ବିକି ଜେଠୀ,ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ, ଉଗ୍ରସେନ ଭୂୟାଁ,ଯୁବନେତା ପ୍ରତ୍ୟୁଷ ସାହୁ,ସୀତାକାନ୍ତ ପଣ୍ଡା,ନିହାର ରଞ୍ଜନ ନନ୍ଦ,ୠଷି କାଣ୍ଡି,ଜୟନାରାୟଣ ତ୍ରୀପାଠୀ, ଉମେଶ ଛାଟୋଇ,ସୁବ୍ରତ ସ୍ୱାଇଁ,ସନ୍ତୋଷ ବିଶ୍ଵାଳ,ପ୍ରମୁଖ ଯୋଗଦେଇ ସ୍ବର୍ଗତ ମନମୋହନ ସିଂହ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।