ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରୁ ଛଡାଯିବ ବନ୍ୟାଜଳ

ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରୁ ଛଡାଯିବ ବନ୍ୟାଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ବଢୁଛି ଇନଫ୍ଲୋ । ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଏନେଇ ଆଜି ହୋଇପାରେ ନିଷ୍ପତ୍ତି । ଆଜି ଚଳିତ ବର୍ଷର ସର୍ବାଧିକ ୧ଲକ୍ଷ ୩୭ ହଜାର ୯୫୨ କ୍ୟୁସେକ ଜଳ ପ୍ରବେଶ କରୁଛି ।

ସୂଚନା ଥାଉକି, ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ହେତୁ ଡଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାତାୟତରେ ବାଧା ହେବା ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏପରିକି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଇନଫ୍ଲୋ । ଧୀରେ ଧୀରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ ନେଇ ନିଆଯାଇପାରେ ନିଷ୍ପତ୍ତି ।