ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । 

ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । 

ଆକାଶଛୁଆଁ ବଜାରଦର ମୋଦି ଓ ନବୀନ କୃତ-ୟାସିର

ଭୁବନେଶ୍ୱର ତା. ୫.୭- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଆକାଶ ଛୁଆଁ ବଜାରଦର ପ୍ରତିବାଦରେ ଖାଉଟିକଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରିଥିଲେ । ଛାତ୍ର କଂଗ୍ରେସର ଉଦ୍ଦେଶ୍ୟ ଥିଲା ବଜାରଦର ଉପରେ ମନ୍ତ୍ରୀ ନୀରବ କାହିଁକି? ମୁଖ୍ୟମନ୍ତ୍ରୀ ନୀରବ କାହିଁକି? ଖାଉଟି ପରିବାହାଟରେ ଲୁହ ଗଡ଼ାଉଥିବା ବେଳେ ନବୀନ ସରକାର ନିଘୋଡ଼ ନିଦରେ । ଟମାଟୋ କିଲୋ ୧୫୦ ଏବଂ ଅନ୍ୟ ସମସ୍ତ ପରିବା ୧୦୦ଟଙ୍କା ଦର ହୋଇପଡ଼ିଥିବା ବେଳେ ଜଣେ ସାଧାରଣ ଖାଉଟି ପରିବା ହାଟକୁ ଯିବାକୁ ଭୟ କରୁଛି । ଆଜି ଓଡ଼ିଶାରେ ପରିବାଦର ବଢ଼ିବାପାଇଁ କେବଳ ନବୀନ ସରକାରହିଁ ଦାୟୀ । ୨୩ ବର୍ଷ ଭିତରେ ଆବଶ୍ୟକୀୟ ଶୀତଳ ଭଣ୍ଡାର କରିବା ପାଇଁ ନବୀନ ସରକାର ବ୍ୟବସ୍ଥା କଲେ ନାହିଁ । ଏବେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୧୩୧ଟି ଶୀତଳ ଭଣ୍ଡାରରୁ ୮୨ଟି ଅଚଳ । ୧୩ ଟି ଜିଲ୍ଲାରେ ଆଦୌ ଶୀତଳ ଭଣ୍ଡାର ନାହିଁ । ୨୦୧୮ ମସିହା ଜାନୁଆରୀ ମାସରେ ନବୀନ ସରକାର ଘୋଷଣା କଲେ ପିପିପି ମୋଡ଼ରେ ୧୫୦ଟି ଶୀତଳ ଭଣ୍ଡାର କରିବାପାଇଁ । ଆଜିର ସ୍ଥିତିରେ ଏବେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୧୩୧ଟି ଶୀତଳ ଭଣ୍ଡାରରୁ ୮୨ଟି ଅଚଳ । ୨୩ ବର୍ଷ ବିତିଗଲା ଏବେ ନିର୍ବାଚନ ଆସିଲାଣି । ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଏବେ ନବୀନ ସରକାର ଘୋଷଣା କରୁଛନ୍ତି ୧୦୦୦ ଟି ଶୀତଳ ଭଣ୍ଡାର କରିବାପାଇଁ । ନବୀନ ସରକାର ଏକ ବାହାପିଆ ସରକାରରେ ପରିଣତ ହୋଇଛି ।

୨୦୧୫ ମସିହାରେ ଆଳୁ ମିଶନ ଗଠନ କଲେ । ୨୬୦ କୋଟି ଟଙ୍କାର ବ୍ୟୟବରାଦ ହେଲା ହେଲେ ଏବେବି ଆଳୁ ନିଅଂଟ । ରାଜ୍ୟରେ ୧୨.୮୮ ଲକ୍ଷ ମେଟ୍ରିକ ଟନ ଆଳୁ ଦରକାର ପଡ଼ୁଥିବା ବେଳେ ଆମ ସରକାର ୩.୦୯ ଲକ୍ଷ ମେଟ୍ରିକ ଟନ ଆଳୁ ଅମଳ କରୁଛନ୍ତି । ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଓଦ୍ଭୟସବଦ୍ଭ ଉକ୍ଟଙ୍କଦ୍ଭମସକ୍ଷ କ୍ଟଲ ଇଶକ୍ସସମଙ୍କକ୍ଷଗ୍ଧଙ୍କକ୍ସର ଜରଗ୍ଦରବକ୍ସମଷ ର ସର୍ଭେ ରିପୋର୍ଟ ଅନୁଯାୟୀ ଶୀତଳ ଭଣ୍ଡାର ଅଭାବରୁ ଓଡ଼ିଶାରେ ବାର୍ଷିକ ୧.୪୫ ଲକ୍ଷ ଟନ୍ କଳ ଏବଂ ୪.୫ ଲକ୍ଷ ଟନ୍ ପରିବା ନଷ୍ଟ ହେଉଛି । ଅମଳ ସମୟରେ ଟମାଟୋ କିଲୋ ୫୦ ପଇସା ହେଉଥିବାରୁ ଚାଷୀ ହାଟରେ ଟମାଟୋ ଗଦେଇ କାନ୍ଦି କାନ୍ଦି ଘରକୁ ଫେରୁଛି । ସୁତରାଂ ଆଜିର ପନିପରିବାର ଆକାଶ ଛୁଆଁ ଦରବୃଦ୍ଧି ପାଇଁ ଛାତ୍ର କଂଗ୍ରେସ ନବୀନ ସରକାରକୁ ଦାୟି କରୁଛି । କାରଣ ୨୩ ବର୍ଷ ଭିତରେ ଶୀତଳ ଭଣ୍ଡାର କରିବା ପାଇଁ ପଦକ୍ଷେପ ନେଇ ନ ପାରିବାରୁ ଆଜି ଏପରି ଅବସ୍ଥା ପହଂଚିଛି । ଅନ୍ୟପକ୍ଷରେ ତୈଳ ଦର ବୃଦ୍ଧି ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ବୃଦ୍ଧିର ଅନ୍ୟତମ କାରଣ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରିବହନ ଉପରେ ଏପରି ପ୍ରଭାବ ପକାଉଛି ଯେ, ଯାହାଫଳରେ ଅଟା, ଡାଲି, ତେଲ ଓ ଜିରା ପ୍ରଭୃତିର ମୂଲ୍ୟ ଆକାଶ ଛୁଆଁ ହୋଇପଡ଼ିଛି ।

ସାଧାରଣ ଚୁଡ଼ା, ମୂଢ଼ୀ, ଖଇ ଓ ଉଖୁଡ଼ା ମଧ୍ୟ ମୋଦୀ ଟ୍ୟାକ୍ସ ବା ଜି.ଏସ୍‌.ଟି ଟ୍ୟାକ୍ସିରୁ ମୁକ୍ତ ନୁହେଁ । ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ବିଜେପି ଦଳ ଦରଦାମ ବୃଦ୍ଧିକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ । ଆଜି ମୋଦୀ ସରକାର ଅମଳରେ ଦର ବୃଦ୍ଧି ଐତିହାସିକ ହୋଇପଡ଼ୁଛି । ସୁତରାଂ ଆଜିର ଦିନରେ ମୋଦୀ ଓ ନବୀନ ସରକାର ନାମ ଦରବୃଦ୍ଧିର ପ୍ରତୀକ ଭାବରେ ପ୍ରତୀୟମାନ । ତୁରନ୍ତ ବଜାର ଦର ନିୟନ୍ତ୍ରଣ କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି । ଓଡ଼ିଶାରେ ପନିପରିବା ରଖିବା ପାଇଁ ନବୀନ ସରକାର ଆବଶ୍ୟକୀୟ ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ । ଆଜି ଯାହା ପରିସ୍ଥିତି ହୋଇଛି ମୋଦୀ ଓ ନବୀନ ସରକାର କ୍ଷମତାରେ ରହିବାର ଅଧିକାର ହରାଇଛି ବୋଲି ଶ୍ରୀ ନୱାଜ କହିଛନ୍ତି । ପରିଶେଷରେ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଷପୁତଳିକା ଦାହ କରାଯାଇଥିଲା ଏବଂ ସେଠାରେ ଟାମାଟୋ ମାଡ଼ ମଧ୍ୟ କରାଯାଇଥିଲା । ଛାତ୍ର କଂଗ୍ରେସର କର୍ମୀମାନେ ଲଙ୍କା, ଭେଣ୍ଡି, ଟମାଟୋ, ଜହ୍ନି ପ୍ରଭୂତି ହାର କରି ବେକରେ ପିନ୍ଧିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ସୁନିଲ ମାଟିଆ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ରଣଜିତ୍ ପାତ୍ର, ପ୍ରଭାତ ପ୍ରତାପ ସିଂ, ନିରାହ ବେହେରା, ଅଖିଳେଷ ଯାଦବ, ନଳିନୀକାନ୍ତ ନାୟକ, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲ୍‌ଫାମ୍‌, ଉଦିତ୍ ପ୍ରଧାନ, ସ୍ପନ୍ଦନ କୁମାର ସ୍ୱାଇଁ, କୈଳାସ ସାହୁ, ବିରଞ୍ôଚ ବାରିକ, ରାଜଦିପ୍ ବେହେରା, ଆର୍ଯ୍ୟାନ ସାସମଲ, ବଳରାମ ନନ୍ଦ, ଅବିନାଶ ନନ୍ଦ, ମହମ୍ମଦ୍ ତାକୱିନ୍ ଓ ସୌମେନ୍ଦ୍ର ମହାନ୍ତି ପ୍ରମୂଖ ବହୁ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । 

ୟାସିର ନୱାଜ

ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ