ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ
ଉଚ୍ଚ ରକ୍ତଚାପ ରୋଗୀମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହୃଦୟ ଜନିତ ରୋଗ ଓ ଯକୃତ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ। ତେଣୁ ମାସକୁ ଥରେ ୨ଟି ପାଉଁରୁଟି ଖାଇପାରିବେ। ଚିକେନକୁ ପ୍ରସ୍ତୁତ କରିବା ପୂର୍ବରୁ ଏଥିରେ ଲୁଣ ଓ ଅନ୍ୟ ମସଲାକୁ ଘୋଳାଇ କିଛି ସମୟ ରଖାଯାଇଥାଏ। ଏଭଳି ଅନ୍ୟ କେତେକ ଖାଦ୍ୟକୁ ମଧ୍ୟ ରଖାଯାଏ। ଏଭଳି ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ।
କାଫିନ୍ ରକ୍ତଚାପକୁ ହଠାତ ବୃଦ୍ଧି କରିଥାଏ। ଚା’ ଓ କଫିରେ କାଫିନ୍ ଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ। କିମ୍ବା ଆଦୌ ସେବନ ନକରିବା ଭଲ। ଖୁବ କମ ମାତ୍ରାରେ ଦିନକୁ ଥରେ ପିଅନ୍ତୁ। ଆଚାରରେ ଲୁଣ ଅଧିକ ଥାଏ। ତେଲ ଓ ଲୁଣ ଅଧିକ ଦିନ ଯାଏଁ ବତୁରି ରଖିବା ଦ୍ୱାରା ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ। ବଟରର ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିଥାଏ। ଯାହା ରକ୍ତ ଚାପକୁ ବୃଦ୍ଧି କରିଥାଏ। ନିଶାଦ୍ରବ୍ୟର ଆଦୌ ସେବନ କରନ୍ତୁ ନାହିଁ।
କାକୁଡିର ଜୁସରେ ବିିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି। ଏହା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ମାନସିକ ଅଶାନ୍ତି ଦୂର କରିବା ସହ ଉତ୍ତମ ନିଦରେ ସହାୟକ ହୋଇଥାଏ। ପୋଟାସିୟମ ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏଥିରେ ପ୍ରାୟ ୪୪୨ ମିଲିଗ୍ରାମ ପୋଟାସିୟମ ରହିଥାଏ। ତେଣୁ ନିୟମିତ ଏହାକୁ ସେବନ କରନ୍ତୁ।




admin 