ହେମୋଫିଲିଆ: ଜାଣନ୍ତୁ, କେତେ ମାରାତ୍ମକ ହୋଇପାରେ ଏ ରୋଗ ?

ହେମୋଫିଲିଆ: ଜାଣନ୍ତୁ, କେତେ ମାରାତ୍ମକ ହୋଇପାରେ ଏ ରୋଗ ?

ଭୁବନେଶ୍ୱର: ହେମୋଫିଲିଆ ହେଉଛି ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା କନ୍ୟା ସନ୍ତାନମାନେ ହେଉଛନ୍ତି ତ୍ରୁଟିଯୁକ୍ତ ଜିନ୍‌ର ବାହକ। ଏମାନଙ୍କଠାରେ ରୋଗଣା ଜିନ୍‌ ଥିଲେ ମଧ୍ୟ ଏମାନେ ଏହି ରୋଗ ଭୋଗି ନ ଥାନ୍ତି। ରୋଗ ଭୋଗିଥାଆନ୍ତି କେବଳ ପୁରୁଷ ବା ପୁତ୍ର ସନ୍ତାନମାନେ। ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ‘ହେମୋଫିଲିଆ ଶବ୍ଦଟିରେ ରହିଛି ଦୁଇଟି ଅଂଶ, ଯଥା ‘ହେମୋ’ ଏବଂ ‘ଫିଲିଆ’। ‘ହେମୋ’ ଅର୍ଥ ରକ୍ତ ସମ୍ବନ୍ଧୀୟ ଏବଂ ‘ଫିଲିଆ’ ଅର୍ଥ ପ୍ରବଣତା। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧିପାରେ ନାହିଁ।