ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ

ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ସକାଳ ୮ଟା ୩୦ ସୁଦ୍ଧା ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ୮୮.୬, ଢେଙ୍କାନାଳ ୭୦, ନୟାଗଡ ୪୩.୧, କଟକ ୪୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ, ପ୍ରବଳ ବର୍ଷାକୁ ନେଇ ସତର୍କ କଲା ପାଣିପାଗ ବିଭାଗ । କଟକ ଓ ଭୁବନେଶ୍ୱରରେ ବର୍ଷା ନେଇ ସତର୍କତା । ଆଗାମୀ ୨ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ଚେତାବନୀ । ଘଣ୍ଟାପ୍ରତି ୧ରୁ ୨ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷିଲେ ୨ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ଆକଳନ କରାଯାଇଛି । ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ବର୍ଷାରେ ବେହାଲ ଭୁବନେଶ୍ୱର । ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପଳାଶୁଣୀ ଓ ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ଚାଲୁଛି ପାଣି । ସହର ସାରା ଜଳବନ୍ଦୀ ସ୍ଥିତି ଲାଗି ରହିଥିବା ବେଳେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଲୋକେ ଅଫିସ କାମ ହେଉ କିମ୍ବା ଦୈନ୍ୟନ୍ଦିନ କାମକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ପ୍ରାଚୀବିହାର ଅଞ୍ଚଳରେ କେନାଲ ପାଣି ଏବଂ ରାସ୍ତା ଉପରେ ବର୍ଷା ପାଣି ଏକକାର ହୋଇଯାଇଛି । ଯାହା ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ପ୍ରକାର ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ରାଜାଧାନୀରେ ଏଭଳି ସ୍ଥିତି ଆଜିର ନୁହେଁ ବର୍ଷା ହେଲେ ସବୁବେଳେ ଦେଖିବାକୁ ମିଳୁଛି । ଲଗାଣ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ସାମ୍ନାରେ ମଧ୍ୟ ପାଣି ଜମିଥିଲା । ସେହି ରାସ୍ତା ଦେଇ ଗାଡ଼ିି ଚଲାଇ ଯିବା-ଆସିବା ଅସମ୍ଭବ ହୋଇପଡ଼ିଥିଲା