ସକାଳ ନା ସନ୍ଧ୍ୟା, କେତେବେଳେ ବ୍ୟାୟାମ କରିବା ଉଚିତ?
ବ୍ୟାୟାମ କରିବାକୁ ଅଧିକାଂଶ ଲୋକ ଭଲପାଆନ୍ତି। ଜୀବନଶୈଳୀରେ ଏକ ସ୍ଥିରତା ଏବଂ ଫିଟ୍ ରହିବା ପାଇଁ ଲୋକେ ନିୟମିତ ବ୍ୟାୟାମ କରନ୍ତି। କିନ୍ତୁ କେଉଁ ସମୟରେ ବ୍ୟାୟାମ କଲେ ଏହା ଶରୀର ପାଇଁ ଅଧିକ ଲାଭଦାୟକ। ଏହାକୁ ନେଇ ତର୍କ ଲାଗିରୁହେ। କିଏ କୁହେ ସକାଳ ସମୟରେ ବ୍ୟାୟାମ କରିବା ଉଚିତ ତ ଆଉ କିଛି ଲୋକ କୁହନ୍ତି ସନ୍ଧ୍ୟାରେ ବ୍ୟାୟାମ କଲେ ଶରୀର ପାଇଁ ବେଶି ଭଲ।
ଯେତେବେଳେ ତୁମେ ସକାଳେ ବ୍ୟାୟାମ କର, ତୁମେ ଆଗାମୀ ଦିନ ପାଇଁ ତୁମର ମେଟାବୋଲିଜିମ୍କୁ ଜମ୍ପଷ୍ଟାର୍ଟ କରୁଛ। ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଶରୀର ଦିନସାରା ଅଧିକ କ୍ୟାଲୋରୀ କମାଇବା ଜାରି ରଖିବ। ସକାଳେ ବ୍ୟାୟାମ କରିବା ଦ୍ବାରା ଆପଣଙ୍କୁ ଏକ ରୁଟିନ୍ ଲାଇଫ୍ ମିଳେ। ଆପଣ ଫୁର୍ତ୍ତି ଅନୁଭବ କରନ୍ତି। ଗବେଷଣାରୁ ଜଣାପଡିଛି ଯେ, ଯଦି ଆପଣ ସକାଳେ ବ୍ୟାୟାମ କରୁଛନ୍ତି ତେବେ ଏହା ଆପଣଙ୍କୁ ରାତିରେ ଭଲ ନିଦ ଦିଏ। ବ୍ୟାୟାମ ଏଣ୍ଡୋରଫିନ୍ ମୁକ୍ତ କରିଥାଏ ଏବଂ ଚାପ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଜଣେ ଆରାମରେ ଶୋଇପାରେ।
ସେହିପରି ଅନେକ ଲୋକଙ୍କର ସନ୍ଧ୍ୟାର ଶକ୍ତି ସ୍ତର ଟିକେ ଅଧିକ ଥାଏ। ସନ୍ଧ୍ୟାରେ ସେମାନେ ବେଶି ଆକ୍ଟିଭ୍ ବା ସକ୍ରିୟ ରହିଥାନ୍ତି। ଏହି ସମୟରେ ଏକ୍ସରସାଇଜ୍ କିରିବା ଅର୍ଥ ଅଧିକ ଫିଟ୍ ରହିବା। ସକାଳର ଆରମ୍ଭ ପ୍ରାୟ ଲୋକ କାମ ଚିନ୍ତାରୁ ଆରମ୍ଭ କରନ୍ତି। ଯେମିତିକି ଦିନରେ ଆଗକୁ କଣ କରିବେ, କଣ କାମ ବାକି ରହିଗଲା ଏମିତି କିଛି ଚିନ୍ତା ଲାଗିରୁହେ। ସନ୍ଧ୍ୟାରେ କାମରୁ ଟିକେ ମୁକ୍ତି ମିଳିଥାଏ। ତେଣୁ ଏହି ସମୟରେ ବ୍ୟାୟାମ ଉପରେ ଲୋକେ ଅଧିକ ଧ୍ୟାନ ଦେଇପାରନ୍ତି।
ତେବେ ଯେତେବେଳେ ବ୍ୟାୟାମ କଥା ଉଠେ ସଠିକ୍ ସମୟ ଅପେକ୍ଷା ଅଧିକ ଧ୍ୟାନ ଏଥିପାଇଁ ଦେବାକୁ ହେବ ଯେ ତୁମେ କେତେବେଳେ ଏକ୍ସରସାଇଜ୍ ପାଇଁ ସମୟ ବାହାର କରିପାରୁଛ। ତେଣୁ ବ୍ୟାୟାମ ପାଇଁ ସେମିତି ସମୟ ବାହାର କରନ୍ତୁ ଯାହା ଆପଣଙ୍କୁ ସୁହାଉଥିବ। ଏବଂ ଆପଣ ଧ୍ୟାନର ସହ ବ୍ୟାୟାମ କରିପାରୁଥିବେ।




admin 