ଇଡ଼ି ହାତରେ ଗୋଲଡେନ ବାବାଙ୍କ ଅଡ଼ି
ଭୁବନେଶ୍ୱର: ଗୋଲଡେନ୍ ବାବାଙ୍କ ଅଡି କାରକୁ ସିଜ୍ କଲା ED । ଗତ ଏପ୍ରିଲ ୨୬ ତାରିଖରେ ଭୁବନେଶ୍ଵର IRC ଭିଲେଜ୍ରୁ ଅଡି କାରକୁ ଉଠାଇନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଅଡି କାରର ମୂଲ୍ୟ ୫୧ଲକ୍ଷ ଟଙ୍କା ହେବ । ଏହାକୁ PMLA ଆକ୍ଟରେ ସିଜ୍ କରିଥିବା ED ଦର୍ଶାଇଛି । ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ ଗୋଲଡେନ ବାବାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମାମଲା ହାତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ରୁ ୫ ଜଣ ବ୍ୟକ୍ତିଙ୍କ ଠାରୁ ଠକିଥିଲେ ଗୋଲଡେନ ବାବା ।




admin 