ଆସନ୍ତା 21 ରେ ହେବ ଫାଓ ବା ଫୁଟବଲ ଆସୋସିଏସନ ଅଫ ଓଡିଶାର ନିର୍ବାଚନ

କଟକ: ଫାଓ ର ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବଜେପି ନେତା ସମୀର ଦେ। ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସମୀର ଦେ । ସରକାର ବଦଳିବା ପରେ ବଦଳିଲା କ୍ରୀଡା ସଙ୍ଘର ସମୀକରଣ । ଦେବାଶିଷ ସାମନ୍ତରାୟ ଆଉଟ ସମୀର ଦେ ଇନ।ଆସନ୍ତା 21 ରେ ହେବ ଫାଓ ବା ଫୁଟବଲ ଆସୋସିଏସନ ଅଫ ଓଡିଶାର ନିର୍ବାଚନ ଓ ଫଳାଫଳ ଘୋଷଣା କରାଯିବ। ଗତକାଲି ପାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଥିଲା। ଯେଉଁଟି ସଭାପତି ସମୀର ଦେ ଓ ସମ୍ପାଦକ ଆଶ୍ରିବାଦ ବେହରା ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେଇଥିବା ବେଳେ ଅନ୍ୟ ପଦବୀ ପାଇଁ ଏକପ୍ରକାର ପାର୍ଥି ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆଶ୍ରିବାଦ ବେହେରା ଙ୍କ କହିବାନୁଯାୟୀ , ପୂର୍ଵରୁ ବିଜେଡ଼ି ନେତା ଦେବାଶିଷ ସାମନ୍ତରାୟ ସଂଘ ସଭାପତି ଥିଲେ , ଯେଉଁ କ୍ଲବ ଦେବାଶିଷ ଙ୍କ ନାଁ ପଠାଉଥିଲା ସେ କ୍ଲବ ଚଳିତବର୍ଷ ଦେବାଶିଷ ଙ୍କ ନାଁ ପଠାଇନଥିଲା। ଅନ୍ୟପଟେ ଦେବାଶିଷ ବ୍ୟକ୍ତିଗତ କାରଣରୁ ଫାଓ ରୁ ମଧ୍ୟ ଇସ୍ତଫା ଦେଇଛନ୍ତି।ଦେବାଶିଷ ସାମନ୍ତରାୟ ସଭାପତି ପଦବୀ ରୁ ଇସ୍ତଫା ଦେବା ପରେ ଏହି ପଦବୀ ରେ କିଏ ବସିବ ସେନେଇ ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା। ବର୍ତ୍ତମାନ ସମୀର ଦେ ରାଜ୍ୟ ଫୁଟବଲ ସଂଘ ର ସଭାପତି ହେବା ପରେ ରାଜ୍ୟ ଫୁଟବଲ ସଂଘର ବିକାଶ ହେବା ନେଇ ଆଶା ରହିଛି। ଏହାସହ କ୍ରୀଡା ସଂଘ ରେ ରାଜନୀତି ରହିବା ଦିଗ କୁ ଗ୍ରହଣ କରିଛନ୍ତି ଫାଓ ସମ୍ପାଦକ ଆଶ୍ରିବାଦ ବେହେରା। ବିନା ସରକର ଙ୍କ ସହାୟତା ହସ୍ତକ୍ଷେପରେ କ୍ରୀଡାସଙ୍ଘ ଚାଲିବା ଅସମ୍ଭବ।