ବନ୍ୟାର ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ପାଣି ଘେରରେ ଥିବା ଲୋକ ଅଭିଯୋଗ ବଢୁଛି

ବନ୍ୟାର ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ପାଣି ଘେରରେ ଥିବା ଲୋକ ଅଭିଯୋଗ ବଢୁଛି

ସୁବର୍ଣ୍ଣରେଖାରେ ଚାରି ଦିନ ଧରି ଦେଖା ଦେଇଥିବା ବନ୍ୟା ପାଣି, ଆଖପାଖ ଅଞ୍ଚଳରେ ପ୍ରବେଶ କରିଛି l ନଦୀ କୂଳିଆ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଥିବାରୁ, ଲୋକଙ୍କ ମନ ଭିତରେ ଭୟ ସୁଷ୍ଟି ହୋଇଥିଲା l ପ୍ରତେକ ଦିନ ନେତା ଠାରୁ ପ୍ରଶାସନ ପ୍ରଯ୍ୟନ୍ତ କିଏ ନାଁ କିଏ ଆସୁଛନ୍ତି, କିନ୍ତୁ ପାଣି ଘେରରେ ଲୋକଙ୍କ ସମସ୍ୟା କଥା ବୁଝୁଛି ଵା କିଏ ? ପାଣି  ଧୀରେ ଧୀରେ କମୁଛି କିନ୍ତୁ ଅଭିଯୋଗ ବଢ଼ି ବଢ଼ି ଚାଲିଛି l  ଏମାନଙ୍କ ଭିତରେ ପାଣି ଘେରରେ ଥିବା ପରିବାର ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି l ଦେଭୋଗ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ସତ୍ୟରଞ୍ଜନ ଗିରି, ପତ୍ନୀ ଓ ଦୁଇ ଛୋଟ ଝିଅଙ୍କ ସହ ଗୋଟିଏ ଛୋଟ  କୁଡ଼ିଆରେ ବାସ କରନ୍ତି l କିନ୍ତୁ ଏଥର ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ସତ୍ୟରଞ୍ଜନଙ୍କ ଦୁଃଖ ବଢି ଯାଇଛି l ଘରେ ବନ୍ୟା ପାଣି ପଶିଯିବାରୁ କୁଡ଼ିଆଟି ଭାଙ୍ଗିବାକୁ ବସିଛି l ଚୁଲିରେ ପାଣି ପଶିଯିବାରୁ ଆଜକୁ ୪ ଦିନ ଧରି ଭୁକ ଉପାସରେ ଦିନ କାଟୁଛନ୍ତି l ଗତ ବାତ୍ୟାରେ କୁଡ଼ିଆଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା l ରାଜସ୍ୱ ନିରୀକ୍ଷକ ତାଙ୍କୁ ସେ ସମୟରେ ନୂଆ ଘର ଦିଆଯିବ ବୋଲି କହିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ଦେଖା ନାହିଁ l ଏହି ବନ୍ୟା କାଳରେ  ପ୍ରଶାସନ ନା ନେତା କେହି ବି ତାଙ୍କ ପାଖରେ ପହଁଚି ନାହାଁନ୍ତି l ଏଭଳି ସ୍ଥିତିରେ ପ୍ରଶାସନ ତାଙ୍କୁ ତୁରନ୍ତ ଏକ ପ୍ରଧାନମନ୍ତ୍ରୀ ଆବାସ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସତ୍ୟରଞ୍ଜନ ଙ୍କ ସହିତ ଗ୍ରାମବାସୀ ନିବେଦନ କରିଛନ୍ତି l