ଆଜିଠାରୁ ମାଛଧରା ନିଷେଧ, ଜାଣନ୍ତୁ କାହିଁକି ?
ଭୁବନେଶ୍ୱର: ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ଯାଏ ୬୧ ଦିନ ପାଇଁ ଓଡ଼ିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ଲାଗୁ ହୋଇଛି ଏହି କଟକଣା। ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣ ଏବଂ ସାମୁଦ୍ରିକ ନିରାପତ୍ତା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଛନ୍ତି ନିଷେଧାଦେଶ।
ଅଣଯନ୍ତ୍ରଚାଳିତ ପାରମ୍ପରିକ ଡଙ୍ଗାକୁ କେନ୍ଦ୍ର ସରକାର ମାଛ ଧରିବା ପାଇଁ ଅନୁମତି ଦେଇଥିବା ବେଳେ ଓଡ଼ିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି ଦେଇଛନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଟ୍ରଲର ମାଲିକ ଓ କର୍ମଚାରୀ ଆପତ୍ତି ଉଠାଇଛନ୍ତି। ଏହି ଡଙ୍ଗା ସମୁଦ୍ରରେ ମାଛ ଧରିଲେ କ’ଣ ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣରେ କ୍ଷତି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।




admin 