୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ଫସିଲେ ସହକାରୀ ଯନ୍ତ୍ରୀ

୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ଫସିଲେ ସହକାରୀ ଯନ୍ତ୍ରୀ

ସମ୍ବଲପୁର: ସିବିଆଇ ଜାଲରେ ପୋଷ୍ଟ ସହକାରୀ ଯନ୍ତ୍ରୀ । କାର୍ୟ୍ୟାଳୟ ଭିତରେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ପୋଷ୍ଟ ସହକାରୀ ଯନ୍ତ୍ରୀ ସିବିଆଇ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପୋଷ୍ଟମାଷ୍ଟର ଜେନେରାଲ ସମ୍ବଲପୁର ମଣ୍ଡଳରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ।

ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ ଜଣେ ଠିକାଦାରଙ୍କ ବିଲ୍‌ ପାସ କରିବା ପାଇଁ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ପରେ ସେ ଶ୍ରୀ ପାଲଙ୍କୁ ପାନେ ଦେବା ପାଇଁ ଭୁବନେଶ୍ବରସ୍ଥିତ ସିବିଆଇ କାର୍ୟ୍ୟାଳୟ ସହିତ ଯୋଗାଯୋଗ କରିଥିଲେ। ଯୋଜନା ଅନୁସାରେ ଅଭିଯୋଗକାରୀ ସମ୍ବଲପୁର ମୁଖ୍ୟ କାର୍ୟ୍ୟଳୟରେ ପହଞ୍ଚି ଶ୍ରୀ ପାଲଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ୭ଜଣିଆ ସିବିଆଇ ଟିମ୍‌ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଶ୍ରୀ ପାଲଙ୍କ ଠାରୁ ଟିମ୍‌ ୧ ଲକ୍ଷ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ।