୫ ଲକ୍ଷରେ ଶାମୁକା ଖଟ

ଭୁବନେଶ୍ୱର : ଧନୀ ଲୋକଙ୍କ ପାଖେ ୨-୩ ଲକ୍ଷ ଟଙ୍କା ଦେଇ ଫୋନ କିମ୍ବା କିଛି ଦାମୀ ଉପହାର କିଣିବା କିଛି ବଡ଼ କଥା ନୁହେଁ । ଦୁବାଇ ଶେକ୍ ମାନେ ଏବେ ଘରେ ବାଘ,ସିଂହ ଘରେ ପାଳିଲେଣି । ଶିଳ୍ପପତି ମାନେ ସୁନା, ହୀରା ଖଚିତ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଚାହିଦା ଅନୁସାରେ ବଜାରକୁ ଭଳିକିଭଳି ଜିନିଷ ବି ଆସୁଛି ।
ମୁମ୍ବାଇ ,ଦିଲ୍ଲୀ ବଜାରକୁ ନୂଆ କରି ଯନ୍ତ୍ର ଚାଳିତ ଶାମୁକା ଖଟ ଆସିଛି । ପ୍ରଥମେ ଦୁବାଇ ରେ ଏ ଖଟ ବିକ୍ରି ହେଲା , ତାପରେ ଭାରତୀୟ ଗ୍ରାହକ ଙ୍କ ବରାଦରେ ଏଇ ଖଟ ବଜାରରେ ମିଳିଲାଣି । ଏଇ ଖଟ ବହୁତ ସୁନ୍ଦର ଓ ଏହା ୫ ଲକ୍ଷ ଟଙ୍କାରେ ମିଳୁଛି । ଗ୍ରାହକ ଚାହିଁଲେ ତା ରଙ୍ଗ ବଦଳାଇପାରିବ ଓ ଅଧିକ ବତୀ ବି ସେଥିରେ ଖଞ୍ଜୀ ହେବ