ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ ଅଛନ୍ତି । ତାରାଙ୍କୁ ଟକ୍କର ଦେବେ ବିଜେଡିରୁ ଇନ୍ଦିରା ନନ୍ଦ ଓ ବିଜେପିରୁ ଗୌତମ ସାମନ୍ତରାଏ।

ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ ଅଛନ୍ତି । ତାରାଙ୍କୁ ଟକ୍କର ଦେବେ ବିଜେଡିରୁ ଇନ୍ଦିରା ନନ୍ଦ ଓ ବିଜେପିରୁ ଗୌତମ ସାମନ୍ତରାଏ।

ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଗତଥର ବିଜେପି ପ୍ରାର୍ଥୀ ଥିବା ଗୌତମ ସାମନ୍ତରାୟଙ୍କୁ ପୁଣି ଥରେ ଟିକେଟ୍ ଦେଇଛି ଦଳ । ୨୦୧୯ ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବା ସହ ଗୌତମ ସାମନ୍ତରାୟ ତୃତୀୟ ସ୍ଥାନରେ ରହିଥିଲେ । ଗୌତମ ସାମନ୍ତରାୟଙ୍କୁ ୩୩ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଏଥର କଂଗ୍ରେସର ତାରା ପ୍ରସାଦ ବାହିନୀପତି, ବିଜେଡି ଇନ୍ଦିରା ନନ୍ଦ ଏବଂ ବିଜେପିର ଗୌତମ ସାମନ୍ତରାୟଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।
ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ସରଗରମ ହୋଇଛି ରାଜନୀତି । ନିର୍ବାଚନ ଲଢେଇ ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି ।