ସିଂହ ସହ ବସି ଭୋଜନ ଗୋଟାଏ ଥାଳିରେ

ନୂଆଦିଲ୍ଲୀ: ଇଣ୍ଟରନେଟ୍ରେ ଭିଡିଓ ଭାଇରାଲ୍ ହେବା ଏକ ସାଧାରଣ କଥା। ଜଣେ ମହିଳା ଏବଂ ସିଂହର ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏକ ବନ୍ୟ ଯନ୍ତୁ ପାର୍କରେ ଏହି ଭିଡିଓ ସୁଟିଂ କରାଯାଇଛି। ମହିଳା ଜଣକ ସିଂହର ଥାଳିରୁ ସିଧା ଖାଦ୍ୟ ନେଇ ଖାଉଥିବା ଦେଖିବାକୁ ମିଳିଛି।
ଭିଡିଓକୁ ଏବେ ସୁଦ୍ଧା ୩.୮ ମିଲିୟନରୁ ଅଧିକ ଭ୍ୟୁ ଏବଂ ଅନେକ ପ୍ରତିକ୍ରିୟା ମିଳିଛି। ଏହି କ୍ଲିପ୍ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏକ ବନ୍ୟ ଯନ୍ତୁ କିପରି ଗୃହପାଳିତ ପଶୁ ପରି ମହିଳାଙ୍କ ସହ ବ୍ୟବହାର କରୁଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।