କମିଶନରେଟ ପୋଲିସର ନୂଆ ପଦକ୍ଷେପ, ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଜଗିବ ଡ୍ରୋନ୍

କମିଶନରେଟ ପୋଲିସର ନୂଆ ପଦକ୍ଷେପ, ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଜଗିବ ଡ୍ରୋନ୍

ଭୁବନେଶ୍ଵର : ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଜଗିବ ଡ୍ରୋନ। ଏଥିପାଇଁ କମିଶନରେଟ ପୋଲିସର ଭୁବନେଶ୍ଵର ଇଉପିଡିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଙ୍ଗ ଡ୍ରୋନ ଯୋଗାଇ ଦିଆଯାଇଛି। ଏହି ଡ୍ରୋନ ୫ କିଲୋମିଟର ପର୍ୟ୍ୟନ୍ତ ଅକାଶରେ ଉଡିପାରିବ। ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ସହିତ ଜିପିଏସ୍ ଖଞ୍ଜା ଯାଇଛି। ରାଜଧାନୀର ଲୋୟର୍ ପିଏମଜି ଠାରେ ବଡ ବଡ଼ ଆନ୍ଦୋଳନ ବେଳେ ଅପରାଧ ଘଟାଇଥିବା ଅପରାଧିମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିବ ଏହି ଡ୍ରୋନ୍।