ବିବାହକୁ ନେଇ ଭିନ୍ନ ଭିନ୍ନ ନିୟମ

ବିବାହକୁ ନେଇ ଭିନ୍ନ ଭିନ୍ନ ନିୟମ

ଭୁବନେଶ୍ୱର : ବିଭିନ୍ନ ଧର୍ମାନୁସାରେ ଚଳଣୀ ପ୍ରଥାରେ ଫରକ୍ ଲକ୍ଷ୍ୟ କରାଯିବା ସହ ଜନ୍ମଦିନ , ବିବାହରେ ମଧ୍ୟ ବିଶେଷତ୍ୱ ଲକ୍ଷ୍ୟ କରାଯାଇଥାଏ । ବିବାହ ଦିନ ଓ ପୂର୍ବରୁ ପରମ୍ପରା ଅନୁସାରେ କେତୋଟି ମଜାଦାର ପର୍ବ ପାଳନ କରାଯାଇଥାଏ ।

ଜର୍ମାନୀର ସ୍ଥାନୀୟ ବାସିନ୍ଦା ବିବାହ ଉତ୍ସବ ରେ ଏକ ପରମ୍ପରା ନିଶ୍ଚିତ ଭାବରେ ପାଳନ କରିଥାନ୍ତି । ବର ଓ କନ୍ୟା କାଠର ଏକ ଗଣ୍ଡିକୁ କରତ ସାହାର୍ଯ୍ୟରେ କାଟିବାକୁ ଚେଷ୍ଟା କରନ୍ତି । ଅଳ୍ପ ସମୟରେ ସେମାନେ ଏହି କାମ କରିପାରିଲେ ତାହା ଶୁଭ ପ୍ରତୀକ ବୋଲି  ସେମାନଙ୍କ ମତ । 

ରୋମାନିଆରେ ମଧ୍ୟ ସେହିଭଳି ମଜାଦାର ଭାବେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ବିବାହ ପୂର୍ବରୁ କନ୍ୟାକୁ କେଉର୍ଠି ଏକ ସ୍ଥାନରେ ଲୁଚାଇ ରଖାଯାଏ । ବରକୁ ଧାର୍ଯ୍ୟ ସମୟ ମଧ୍ୟରେ କନ୍ୟାକୁ ଖୋଜିବାର ଦାୟିତ୍ୱ ଦିଆଯାଇଥାଏ । 

ସାଉଦି ଆରବରେ ବିବାହ ପୂର୍ବରୁ ଉଭୟ ବର କନ୍ୟା ଘରେ ମେହେନ୍ଦୀ ପର୍ବ ପାଳିତ ହେବା ନିଶ୍ଚିତ  । ଉଭୟ ବର କନ୍ୟା ସମେତ ପୂରା ପରିବାର ହାତ ପାଦରେ ମେହେନ୍ଦୀ ଲଗାଇବା ଶୁଭଙ୍କର ବୋଲି ସ୍ଥାନୀୟ ଲୋକଙ୍କ ମତ । 

ଚୀନ୍ ତୁଇଜା ସଂପ୍ରଦାୟରେ ବିବାହର ଏକ ମାସ ପୂର୍ବରୁ କନ୍ୟା ଓ ତାଙ୍କ ସାଙ୍ଗ ସାଥୀ କାନ୍ଦିବାର ଅଭ୍ୟାସ କରନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ,ବର୍ତମାନ ପର୍ଯ୍ୟନ୍ତ ସେଠାରେ ଏହି ପରମ୍ପରା କୁ ସ୍ଥାନୀୟ ଲୋକେ ଖୁବ୍ ଆନନ୍ଦରେ ପାଳୁଛନ୍ତି । 

ଫିଲିପାଇନ୍ସରେ ବିବାହ ସମ୍ପନ୍ନ ହେବା ପରେ ଉଭୟ ବର କନ୍ୟା ଦୁଇଟି ଧଳା ପାରାକୁ ପିଞ୍ଜରା ରୁ ମୁକ୍ତ କରି ଅନ୍ୟ ମାନଙ୍କ ଆର୍ଶୀବାଦ ଲୋଡ଼ିଥାନ୍ତି । ସୁଦାନରେ ନିର୍ ଜନଜାତିରେ ବର ପକ୍ଷରୁ କନ୍ୟା ପକ୍ଷକୁ ୨୦-୪୦ ଟି ଗାଇ ଦେବା ପରେ ହିଁ ବିବାହ ସ୍ଥିରୀକୃତ କରାଯାଇଥାଏ ।