ଆଳୁ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟା
କଟକ: ଆଳୁ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଙ୍କ ପ୍ରତିକ୍ରିୟା। ବିଜେଡି ସରକାର ଙ୍କ ଆଳୁ ମିଶନରେ ଫେଲ । ବିଧାନସଭା ରେ ଆଳୁ ସମସ୍ୟା ନେଇ ବିରୋଧୀ ମୂଲତବୀ ପ୍ରସ୍ତାବ ଆଣିଥିଲେ। ହେଲେ ଆଳୁ ସମସ୍ୟା ନେଇ ସେମାନେ ହିଁ ମୁଖ୍ୟ କାରଣ। 2015-16 ମସିହାରେ ଆରମ୍ଭ ହୋଇଥିଲା ଆଳୁ ମିଶନ। ଯେଉଁ ସମୟ ରେ ଚାଷୀ କୁ ବିହନ ଦେବା କଥା ସେହି ସମୟରେ ନ ଦେଇ ତାହାକୁ 3 ମାସ ପରେ ଦେବା ହେଉଛି । ଏହାସହ 112 ଟି କୋଲଡ଼ ଷ୍ଟୋର କରିବା ନେଇ ବିଜେଡି ସରକାର ଯେଉଁ ବାରମ୍ବାର ଉଲେଖ କରୁଥିଲେ। ହେଲେ ରାଜ୍ୟରେ ମାତ୍ର 22 ଟି କୋଲଡ଼ ଷ୍ଟୋର ନିର୍ମାଣ ହୋଇଛି ।ଯାହା ଫେଲ ର ମୁଖ୍ୟ କାରଣ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ବେଙ୍ଗଲ ସରକାର ଆଳୁ ଯୋଗାଣ ନେଇ ଯେଉଁ ନାଲି ଆଖି ଦେଖାଉଥିଲେ ତାହାର ଜବାବ ରଖିଛନ୍ତି ରାଜ୍ୟ ସରକାର । ଆଳୁ ଯୋଗାଣ ନେଇ ଏଣିକି ବେଙ୍ଗଲ ଉପରେ ନିର୍ଭର କରିବନି ଓଡିଶା। ଏହାର ପ୍ରଭାବ ରେ ବେଙ୍ଗଲ ରେ ଚାଷୀ ମାନେ ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି। ଦୁଇ ହାତରେ ତାଳି ବାଜେ ଗୋଟିଏ ହାତରେ ନୁହେଁ ବ। କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଉପରେ ରୋକ ଲଗାଇବେ ଓଡିଶା ବାସୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।